ନୂଆଦିଲ୍ଲୀ : ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ବୁଧବାର ଦିନ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ଅକ୍ଷତା ମୂର୍ତ୍ତିଙ୍କ ମା’ ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଅକ୍ଷତା ମୂର୍ତ୍ତିଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା। ପ୍ରୋଟକଲ ଅନୁଯାୟୀ ଅକ୍ଷତାଙ୍କୁ ଆଗ ଧାଡ଼ିରେ ବସିବାକୁ କୁହାଯାଇଥିଲା। ଆଗ ଧାଡ଼ିରେ ତାଙ୍କୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଥିଲା।
ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ଅକ୍ଷତା ମୂର୍ତ୍ତି
Advertisment
Follow Us