ପୁଲିସ ଗୁଳିରେ ବଦଲାପୁର ଦୁଷ୍କର୍ମ ଅଭିଯୁକ୍ତ ଅକ୍ଷୟ ସିନ୍ଦେ ମୃତ

ମହାରାଷ୍ଟ୍ରର ବଦଲାପୁର ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଦେର ମୃତ୍ୟୁ ହୋଇଛି। ସିନ୍ଦେ ପୁଲିସ ରିଭଲଭର ଛଡ଼ାଇ ନେଇ ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ଆତ୍ମରକ୍ଷା ପାଇଁ ପୁଲିସ ତାଙ୍କୁ ଗୁଳି କରିଥିଲା।

badlapur

ପୁଣେ : ମହାରାଷ୍ଟ୍ରର ବଦଲାପୁର ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଦେର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଷୟ ସିନ୍ଦେ ପୁଲିସ ରିଭଲଭର ଛଡ଼ାଇ ନେଇ ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ଆତ୍ମରକ୍ଷା ପାଇଁ ପୁଲିସ ତାଙ୍କୁ ଗୁଳି କରିଥିଲା।

ତେବେ ପୁଲିସର ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ଦଳ । ଏହି ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ । 

ସୂଚନାଯୋଗ୍ୟ ଯେ ବଦଲାପୁର ସହରର ଏକ ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅକ୍ଷୟ ସିନ୍ଦେ ଗିରଫ ହୋଇଥିଲେ । ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସ୍କୁଲରେ ସୁରକ୍ଷାକର୍ମା ଭାବେ କାମ କରୁଥିବା ଅକ୍ଷୟ ସିନ୍ଦେଙ୍କୁ ତଦନ୍ତ ପାଇଁ ବଦଳାପୁରରୁ ତଲୁଜା ଜେଲକୁ ନିଆଯାଉଥିଲା। ମୁମ୍ବ୍ରା ବାଇପାସ୍ ନିକଟରେ ପୁଲିସ ଗାଡ଼ି ପହଞ୍ଚିବା ପରେ ସିନ୍ଦେ ଜଣେ ପୁଲିସ ଅଧିକାରୀଙ୍କ ବନ୍ଧୁକ ଛଡ଼ାଇ ନେବା ସହ ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍ଆଇ)ଙ୍କୁ ଗୁଳି କରିଥିଲେ। ଏହାର ଜବାବରେ ପୁଲିସ ଗୁଳି ଚଳାଇଥିଲା ଯେଉଁଥିରେ ଶିନ୍ଦେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe