Jamia to Jail: ଜାମିଆରୁ ଜେଲ୍ ପର୍ଯ୍ୟନ୍ତ ଆତଙ୍କବାଦ ଦ୍ବାରା କଳଙ୍କିତ ଅଲ-ଫଲାହର ଚାନ୍ସେଲରଙ୍କ ଅତୀତର ଇତିହାସ

‘ଅଲ-ଫଲାହ’ ଏକ ଆରବୀ ଶବ୍ଦ, ଯାହାର ଅର୍ଥ ସଫଳତା, ସମୃଦ୍ଧି ଓ ଜନକଲ୍ୟାଣ। ଫରିଦାବାଦର ଏକ ମେଡିକାଲ କଲେଜ ପାଇଁ ଏହା ଏକ ଉପଯୁକ୍ତ ନାମ ଥିଲା। କିନ୍ତୁ ନଭେମ୍ବର ୧୦ର.....

Untitled-4

ନୂଆଦିଲ୍ଲୀ: ‘ଅଲ-ଫଲାହ’ ଏକ ଆରବୀ ଶବ୍ଦ, ଯାହାର ଅର୍ଥ ସଫଳତା, ସମୃଦ୍ଧି ଓ ଜନକଲ୍ୟାଣ। ଫରିଦାବାଦର ଏକ ମେଡିକାଲ କଲେଜ ପାଇଁ ଏହା ଏକ ଉପଯୁକ୍ତ ନାମ ଥିଲା। କିନ୍ତୁ ନଭେମ୍ବର ୧୦ର ଦିଲ୍ଲୀ ବିସ୍ଫୋରଣ ଏହି ନାମକୁ କଳଙ୍କିତ କରିଦେଇଛି। ଅଲ-ଫଲାହ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ମାତ୍ର ଛଅ ବର୍ଷ ପୂର୍ବେ ୨୦୧୯ରେ ଆଶାୟୀ ଡାକ୍ତରଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ୱାଗତ କରିଥିଲା।

ଅଲ-ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା (ଯାହାର ଏକ ଅଂଶ ମେଡିକାଲ କଲେଜ) ହେଉଛନ୍ତି ଜୱାଦ ଅହମଦ ସିଦ୍ଦିକି। ଜଣେ ପୂର୍ବତନ ଅଧ୍ୟାପକ, ସିଦ୍ଦିକି ବର୍ତ୍ତମାନ ଅଲ-ଫଲାହ ଗ୍ରୁପ୍ ଅଫ୍ କମ୍ପାନି ଅଧୀନରେ ପ୍ରାୟ ଏକ ଡଜନ ଉଦ୍ୟୋଗର ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା। କିନ୍ତୁ ନୂଆଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ କେବଳ ଅଲ-ଫଲାହ ଗୋଷ୍ଠୀକୁ ଚର୍ଚ୍ଚାକୁ ଆଣି ନାହିଁ, ବରଂ ଏହା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ମଧ୍ୟ କଳଙ୍କିତ କରିଛି। ଏହି ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଯେକୌଣସି ବ୍ୟକ୍ତିର ମାନମର୍ଯ୍ୟାଦା ଓ ପ୍ରତିଷ୍ଠା ମଧ୍ୟ କଳଙ୍କିତ ହୋଇଛି। ଯଦି ଦିଲ୍ଲୀ ବିସ୍ଫୋରଣରେ ତାଙ୍କ ବିଶ୍ବବିଦ୍ୟାଳୟର ସମ୍ପୃକ୍ତି ଚର୍ଚ୍ଚାକୁ ଆସି ନ ଥାନ୍ତା, ତେବେ ଚାନ୍ସେଲର ତଥା ପ୍ରତିଷ୍ଠାତା ଜୱାଦ ଅହମଦ ସିଦ୍ଦିକି ଜାମିଆ ନଗରରେ ଥିବା ତାଙ୍କ ବିଳାସପୂର୍ଣ୍ଣ ମହଲରେ ତାଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରିଥାନ୍ତେ।

୬୧ ବର୍ଷ ବୟସ୍କ ଜୱାଦ ୧୫ ନଭେମ୍ବର ୧୯୬୪ରେ ହମ୍ମାଦ ଅହମଦ ସିଦ୍ଦିକିଙ୍କ ତିନି ପୁଅଙ୍କ ମଧ୍ୟରୁ ଜଣେ ଭାବରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟପ୍ରଦେଶର ମହୁରେ ବଢ଼ିଥିଲେ, ଯାହା ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ଥିଲା, ଯାହାଙ୍କ ନାମରେ ବର୍ତ୍ତମାନ ସହରର ନାମକରଣ କରାଯାଇଛି। ତାଙ୍କର (ଅଣ-ସକ୍ରିୟ) ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ଜୱାଦ ଅହମଦ ସିଦ୍ଦିକି ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ୍ ଓ ପ୍ରଡକ୍ଟ ଡିଜାଇନରେ ବିଟେକ୍ କରିଛନ୍ତି। ପରେ ତାଙ୍କ ପରିବାର ଦିଲ୍ଲୀ ଚାଲିଗଲେ। ଜଣେ ପୂର୍ବତନ ସହକର୍ମୀଙ୍କ କହିବା ଅନୁଯାୟୀ, ଜୱାଦ ୧୯୯୩ରେ ଜାମିଆ ମିଲିଆ ଇସଲାମିଆରେ ମେକାନିକାଲ୍ ଇଞ୍ଜିନିୟରିଂ ଅଧ୍ୟାପକ ହୋଇଥିଲେ। କିନ୍ତୁ ତାଙ୍କର ଉଚ୍ଚାଭିଳାଷ ବହୁତ ଅଧିକ ଥିଲା। ଜାମିଆରେ କାମ କରିବା ସମୟରେ ସେ ବ୍ୟବସାୟରେ ମନ ଦେଲେ ଏବଂ ତାଙ୍କ ଭାଇ ସାଉଦଙ୍କ ସହ ମିଶି କିଛି ଛୋଟ କମ୍ପାନି ଗଠନ କଲେ। ଏଥିମଧ୍ୟରୁ ଅଲ-ଫଲାହ ଇନ୍‌ଭେଷ୍ଟମେଣ୍ଟସ ଅନ୍ୟତମ ଥିଲା, ଯାହା ଶେଷରେ ଉଭୟଙ୍କୁ ତିନି ବର୍ଷ ପାଇଁ ତିହାର ଜେଲକୁ ପଠାଇଥିଲା।

ଜାମିଆରେ ଥିବାବେଳେ ଜୱାଦ ତାଙ୍କର କିଛି ସହକର୍ମୀଙ୍କୁ ତାଙ୍କ ବ୍ୟବସାୟ ଉଦ୍ୟମରେ ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ, ବିପୁଳ ରିଟର୍ଣ୍ଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ସେ ଶୀଘ୍ର ଠକେଇ, ଆତ୍ମସାତ୍ ଓ ହଡ଼ପ ଅଭିଯୋଗରେ ଜଡିତ ହୋଇଥିଲେ। ୨୦୦୦ ମସିହାରେ କେଆର୍ ସିଂହ ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନିରେ ଅଲ୍ ଫଲାହ ଇନଭେଷ୍ଟମେଣ୍ଟ ଲିମିଟେଡ୍ ବିରୋଧରେ ଏଫ୍ଆଇଆର୍ (ନଂ.୪୩/୨୦୦୦) ଦରଜ କରିଥିଲେ। ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ମାମଲାର ତଦନ୍ତ କରିଥିଲା। ଜୱାଦଙ୍କୁ ଗିରଫ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଭାଇଙ୍କ ସହ ତିନି ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇଥିଲା।
ମାର୍ଚ୍ଚ ୨୦୦୩ରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଉଲ୍ଲେଖ କରିଥିଲେ ଯେ, ଦିଲ୍ଲୀର ଫରେନସିକ୍ ସାଇନ୍ସ ଲାବୋରେଟୋରି ଜାଣିବାକୁ ପାଇଛି ଯେ ନିବେଶକଙ୍କ ଦସ୍ତଖତ ନକଲି ହୋଇଛି।  ଆବେଦନକାରୀମାନେ ନିବେଶକଙ୍କଠାରୁ ପ୍ରାପ୍ତ ବିପୁଳ ପାଣ୍ଠିକୁ ସେମାନେ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ ଏବଂ ପରେ ଏହାକୁ ଅପବ୍ୟବହାର କରିଥିଲେ। ଶେଷରେ ସେ ଓ ତାଙ୍କ ଭାଇ ଠକେଇ କରିଥିବା ଟଙ୍କା ଫେରସ୍ତ କରିବାକୁ ରାଜି ହେବା ପରେ ଫେବ୍ରୁଆରି ୨୦୦୪ରେ ଜାମିନ ମିଳିଥିଲା ଏବଂ ପରେ ୨୦୦୫ରେ ପଟିଆଲା କୋର୍ଟ ତାଙ୍କୁ ଏହି ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଅଲ-ଫଲାହ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ୨୦୧୯ରେ କେତେକ ଭଲ ପଦକ୍ଷେପ ନେଇଥିଲା। କିନ୍ତୁ ଧୀରେ ଧୀରେ କଲେଜ କାଶ୍ମୀରରୁ ଅନେକ ଡାକ୍ତରଙ୍କୁ ନିଯୁକ୍ତି ଦେବା ଆରମ୍ଭ କଲା।  ଫଳରେ ଏକ ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟ ଅଧିକରୁ ଅଧିକ ରୁଢ଼ିବାଦୀ ହୋଇଗଲା। ପରିସ୍ଥିତି ସମ୍ପର୍କରେ ମ୍ୟାନେଜମେଣ୍ଟକୁ ଅବଗତ କରାଯାଇଥିଲା। କିନ୍ତୁ ସେମାନେ ଏହାକୁ ଅଣଦେଖା କଲେ। ଦିଲ୍ଲୀ ବିସ୍ଫୋରଣର ଗୋଟିଏ ଦିନ ପରେ ଗିରଫ ହୋଇଥିବା ଏବଂ ଆତଙ୍କବାଦୀ ମଡ୍ୟୁଲ୍ ସହିତ ଜଡିତ ଥିବା ଡାକ୍ତର ଶାହିନ୍ ସୟିଦ୍ ପ୍ରାୟତଃ ତାଙ୍କ ସହକର୍ମୀ ଓ ଛାତ୍ରୀମାନଙ୍କୁ ଅଧିକ କଠୋରବାଦୀ ମୁସଲମାନ ହେବାକୁ ଏବଂ ହିଜାବ ଓ ବୁର୍ଖା ପିନ୍ଧିବାକୁ ପ୍ରବର୍ତ୍ତାଉଥିଲେ। କୋଭିଡ୍-୧୯ ମହାମାରୀ ସମୟରେ, ଅଲ-ଫଲାହର ନର୍ସମାନେ ଉଚ୍ଚ ବିପଦପୂର୍ଣ୍ଣ ପରିବେଶରେ କାମ କରିବା ପାଇଁ ଜୀବନ ବୀମା ଦାବି କରିବାରୁ ସେମାନଙ୍କୁ ବରଖାସ୍ତ କରାଯାଇଥିଲା। ଗତ ବର୍ଷ ମେଡିକାଲ୍ ଇଣ୍ଟର୍ନମାନେ କଲେଜର ଖରାପ ଭିତ୍ତିଭୂମି ଓ ଷ୍ଟାଇପେଣ୍ଡ ଦିଆ ନ ଯିବାକୁ ବିରୋଧ କରିବାରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe