ଗାଜା ଶିବିରରେ ବୋମାମାଡ଼ ଯୋଗୁଁ ‘ଅଲ୍‌ ଜଜୀରା’ ଇଞ୍ଜିନିୟଙ୍କ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ

Advertisment
ଗାଜା ଶିବିରରେ ବୋମାମାଡ଼ ଯୋଗୁଁ ‘ଅଲ୍‌ ଜଜୀରା’ ଇଞ୍ଜିନିୟଙ୍କ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ

Image Courtesy of NDTV

ଗାଜା ସିଟି: ହମାସ୍‌ ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍‌ କରି ଇସ୍ରାଏଲ୍‌ ସ୍ଥଳଭାଗରେ ଚଳାଇଥିବା ଅଭିଯାନ ସମୟରେ ଗାଜାରେ ଥିବା ବୃହତ୍ତମ ଶରଣାର୍ଥୀ ଶିବିର ଉପରେ ବୋମା ପଡ଼ିବାରୁ ବୈଦ୍ୟୁତିକ ଗଣମାଧ୍ୟମ ‘ଅଲ୍‌ ଜଜୀରା’ର ଜଣେ ‘ବ୍ରଡ୍‌କାଷ୍ଟ୍‌ ଇଞ୍ଜିନିୟର୍‌’ଙ୍କ ପରିବାରର ୧୯ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା କଥା ଆଜି ‘ଅଲ୍‌ ଜଜୀରା’ କହିଛି।

‘ଅଲ୍‌ ଜଜୀରା’ ରିପୋର୍ଟ ଅନୁସାରେ, ଗାଜା ବ୍ୟୁରୋରେ କାର୍ଯ୍ୟ କରୁଥିବା ମହମ୍ମଦ୍‌ ଆବୁ ଅଲ୍‌-କ୍ୟୁମ୍‌ସାନ ତାଙ୍କର ବାପା, ଭାଇ, ୨ ଭଉଣୀ, ୮ ପୁତୁରା ଓ ଝିଆରୀଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟଙ୍କୁ ହରାଇଛନ୍ତି। ମଙ୍ଗଳବାର ଦିନ ଜନଗହଳି ଭରା ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନ୍ୟୂନ ୫୦ଜଣ ପାଲେଷ୍ଟିନୀୟ ଓ ଜଣେ ହମାସ୍‌ କମାଣ୍ଡର୍‌ଙ୍କର ମୃତ୍ୟୁ ଘଟିଛି।

Jabalia refugee camp Image Courtesy of Reuters

ଆମ ନିଷ୍ଠାପର ‘ଏସ୍‌ଏନ୍‌ଜି’ ଇଞ୍ଜିନିୟର୍‌ଙ୍କ ପରିବାର ୧୯ଜଣ ସଦସ୍ୟଙ୍କ ମୃତ୍ୟୁର କାରଣ ହୋଇଥବା ଇସ୍ରାଏଲ୍‌ର ଘୃଣ୍ୟ ଓ ନିର୍ବିଚାର ବୋମା ମାଡ଼କୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି ‘ଅଲ୍‌ ଜଜୀରା’ କହିଛି।

‘ଏକ୍ସ୍‌’ କରି ‘ଅଲ୍‌ ଜଜୀରା’ କହିଛି ଯେ, ଜାବାଲିଆ ନରସଂହାର ମହମ୍ମଦଙ୍କର ବାପା, ଦୁଇ ଭଉଣୀ, ୮ଜଣ ପୁତୁରା ଓ ଝିଆରୀ, ତାଙ୍କ ଭାଇ, ଭାଇଙ୍କ ସ୍ତ୍ରୀ ଓ ସେମାନଙ୍କ ୪ଜଣ ସନ୍ତାନ, ତାଙ୍କ ଶାଳୀ ଓ ଜଣେ ଦାଦାଙ୍କର ପ୍ରାଣ ନେଇଛି। ଆମେ ମହମ୍ମଦ୍‌ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ।

ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିଥିବାରୁ ଇସ୍ରାଏଲ୍‌କୁ ଉତ୍ତରଦାୟୀ କରି ଆନ୍ତର୍ଜାତିକ ବିଚାର ଲାଗୁ କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe