ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ୧୯ଦିନରୁ ଅଧିକ ବିତିଯାଇଛି। ଏହି ଯୁଦ୍ଧରେ ଏଯାବତ ହଜାରହଜାର ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକଙ୍କ ପରିବାର ନଷ୍ଟ ହୋଇଯାଇଛି। ଏଯୁଦ୍ଧରେ ସମସ୍ତ ପରିବାରକୁ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ବରିଷ୍ଠ ସାମ୍ବାଦିକ ବି ଅଛନ୍ତି।
ଏହି ବରିଷ୍ଠ ସାମ୍ବାଦିକଙ୍କ ନାମ ବାଏଲ ଅଲ ଦହଦୌହ ବୋଲି ଜଣାପଡ଼ିଛି। ବାଏଲ କହିଛନ୍ତି, ‘ମୁଁ ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରିପୋର୍ଟିଂ କରୁଥିଲୁ। ଲାଇଭ ରିପୋର୍ଟିଂରେ ଥିବା ସମୟରେ ସ୍ତ୍ରୀ ଓ ପିଲାଙ୍କ ମୃତ୍ୟୁ ଖବର ଆସିଥିଲା। ଏହି ଖବର ଶୁଣି ମୋ ଶରୀରରୁ ଆତ୍ମବାହାରି ଗଲା ଭଳି ଲାଗିଥିଲା। ସବୁକିଛି ମୋ ଆଖି ସାମ୍ନାରେ ଅନ୍ଧାର ହୋଇଗଲା। ମୋ ସହ କ’ଣ ହେଲା ମୁଁ କିଛିବି ବୁଝି ପାରିଲି ନାହିଁ।’
ସୂଚନାଯୋଗ୍ୟ, ଏଭଳି ଯୁଦ୍ଧ ସମୟରେ ଇସ୍ରାଏଲୀ ସେନା ଗାଜାରେ ପ୍ରବେଶ କରିବାକୁ ଯୋଜନା ଆରମ୍ଭ କରିଛି। ଆଉ ଗତ ୨୪ ଘଣ୍ଟା ଗାଜାବାସୀଙ୍କ ଲାଗି ଅତ୍ୟନ୍ତ ଆତଙ୍କପୂର୍ଣ୍ଣ ବାତାବରଣ ଅତିବାହିତ ହୋଇଛି। ଏହି ସମୟ ମଧ୍ୟରେ ଇସ୍ରାଏଲ୍ ପକ୍ଷରୁ ହମାସ୍ର ବିଭିନ୍ନ ଠିକଣା ଉପରେ ୪୦୦ ଥର ବିମାନ ଆକ୍ରମଣ କରାଯାଇଛି।
Follow Us