Image Courtesy of India Today
ନୂଆଦିଲ୍ଲୀ: ‘କୋଭିଡ୍-୧୯’ ଆକ୍ରାନ୍ତଙ୍କ ଚିକିତ୍ସାରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବା ଲାଗି ସମ୍ପ୍ରତି ତିହାର ଜେଲ୍ରେ ବନ୍ଦୀ ଥିବା ‘ଅଲ୍-କାଏଦା’ର ସଦସ୍ୟ ବୋଲି କୁହାଯାଉଥିବା ଜଣେ ଡାକ୍ତର ଅନୁମତି ପାଇବାକୁ ଗୁରୁବାର ଦିନ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛନ୍ତି।
ଆବେଦନ ପତ୍ରରେ ଅଭିଯୁକ୍ତ ସବୀଲ ଅହମଦ୍ ସ୍ପେସାଲ୍ ଜଜ୍ ଧର୍ମେନ୍ଦ୍ର ରାଣାଙ୍କୁ ଜଣାଇଛନ୍ତି ଯେ, ଜଣେ ଡାକ୍ତର ଭାବେ ତାଙ୍କର ଅଭିଜ୍ଞତା ଏବଂ ପାରଦର୍ଶିତା କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ସହ ମୁକାବିଲା କରିବା ତଥା କେନ୍ଦ୍ରୀୟ ଜେଲ୍ର ଅନ୍ତେଃବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ।
Image Courtesy of Telegraph Indiaନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ଅଲ୍-କାଏଦା ଇନ୍ ଦି ଇଣ୍ଡିଆନ୍ ସବ୍-କଣ୍ଟିନେଣ୍ଟ୍’ର (ଏକ୍ୟୁଆଇଏସ୍) ସଦସ୍ୟ ଅହମଦ୍ଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଫେବ୍ରୁଆରି ୨୨ ତାରିଖରେ ଗିରଫ କରିଥିଲା। ଭାରତ ଓ ବିଦେଶରେ ସେ ଉକ୍ତ ସଙ୍ଗଠନର ଅନ୍ୟ ସଦସ୍ୟମାନଙ୍କୁ ପରିବହନ ଓ ଆର୍ଥିକ ସହାୟତା ଯୋଗାଉଥିଲେ ବୋଲି ଅଭିଯୋଗ ହୋଇଥିଲା।
ଜେଲ୍ ପ୍ରଶାସନକୁ ସାହାଯ୍ୟ କରିବା ଲାଗି ଅହମଦ୍ଙ୍କୁ ଅନୁମତି ଦେବା ପାଇଁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିର୍ଦେଶ ଦିଆଯାଉ ବୋଲି ଆଡ୍ଭୋକେଟ୍ ଏମ୍ ଏସ୍ ଖାଁ ଅଦାଲତକୁ ନିବେଦନ କରିଛନ୍ତି। ସେ ଜଣେ ଏମ୍ବିବିଏସ୍ ଡାକ୍ତର ଏବଂ ଜଟିଳ ରୋଗବ୍ୟାଧି ଚିକିତ୍ସା କରିବାରେ ତାଙ୍କର ୭ ବର୍ଷର ଅଭିଜ୍ଞତା ରହିଛି ବୋଲି ଆଡ୍ଭୋକେଟ୍ ଖାଁ କହିଛନ୍ତି।
Follow Us