Image Courtesy of India Today
ନୂଆଦିଲ୍ଲୀ: ‘ପ୍ରଫେଟ୍ ସମ୍ମାନ ପାଇଁ ସଂଗ୍ରାମ’ ଭାବେ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରିବାକୁ ଜୁନ୍ ୬ ତାରିଖରେ ଲିଖିତ ଏକ ପତ୍ରରେ ଧମକ ଦେଇ ଆତଙ୍କବାଦ ସଙ୍ଗଠନ ‘ଅଲ୍-କାଏଦା’ କହିଛି।
କେତେକ ବିଜେପି ନେତା ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ଦେଇଥିବା ଟିପ୍ପଣୀ ଯୋଗୁଁ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ‘ଅଲ୍-କାଏଦା’ ଉପରେରାକ୍ତ ପତ୍ର ଜାରି କରିଛି।
ଉକ୍ତ ପତ୍ରରେ ଉଲ୍ଲେଖ ଅଛି, ଯେଉଁମାନେ ଆମ ପ୍ରଫେଟ୍ଙ୍କୁ ଅପମାନିତ କରିଛନ୍ତି, ଆମେ ସେମାନଙ୍କୁ ହତ୍ୟା କରିବୁ। ଆମ ପ୍ରଫେଟ୍ଙ୍କୁ ଅପମାନିତ କରିବା ପାଇଁ ଦୁଃସାହସ କରିଥିବା ଗୋଷ୍ଠୀଙ୍କୁ ଆମେ ଆମ ଦେହରେ ଏବଂ ଆମ ପିଲାମାନଙ୍କ ହେଦରେ ବିସ୍ଫୋରକ ସାମଗ୍ରୀ ବାନ୍ଧି ବିସ୍ଫୋରଣ କରି ଉଡ଼ାଇ ଦେବୁ।
Image Courtesy of India Todayପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ କେତେଜଣ ବିଜେପି ନେତା ନିକଟ ଅତୀତରେ ଦେଇଥିବା ମନ୍ତବ୍ୟକୁ ମାଲେସିଆ, କୁଏତ୍ ଏବଂ ପାକିସ୍ତାନ ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି। ଟେଲିଭିଜନ୍ ବିତର୍କରେ ବିଜେପି ନେତ୍ରୀ ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲ ନାମରେ ଅନ୍ୟ ଜଣେ ନେତା ଟୁଇଟର୍ରେ ପ୍ରଫେଟ୍ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
କିନ୍ତୁ, ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟ କେତେକ ବ୍ୟକ୍ତିଗତ ଲୋକଙ୍କର ଏବଂ ଏହା ଭାରତ ସରକାରଙ୍କ ମନ୍ତବ୍ୟକୁ ପ୍ରତିଫଳନ କରୁନାହିଁ ବୋଲି ଭାରତ ସ୍ପଷ୍ଟୀକରଣ ଦେଇ କହିସାରିଛି। ଏହାଛଡ଼ା, ଭାରତକୁ ଅକ୍ଷମଣୀୟ ଏବଂ ଅସହିଷ୍ଣୁ କହି ‘ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍’ (ଓଆଇସି) ଦେଇଥିବା ବିବୃତିକୁ ମଧ୍ୟ ଭାରତ ପ୍ରତ୍ୟାଖ୍ୟାନ କରିଛି।
Follow Us