Image Source: Hindustan Times
ଓ୍ଵାସିଂଟନ୍: ୟେମେନ୍ରେ ଚାଲିଥିବା ଆତଙ୍କବାଦ ମୁକାବିଲା ଅଭିଯାନ ବେଳେ ‘ଅଲ୍ କାଏଦା ଇନ୍ ଦି ଆରବିୟାନ୍ ପେନିନ୍ସୁଲା’ (ଆରବୀୟ ଉପଦ୍ୱୀପରେ ଅଲ୍ କାଏଦା) ବା ‘ଏକ୍ୟୁଏପି’ ନାମକ ଇସ୍ଲାମିକ୍ ସଂଗଠନର ନେତା କାସିମ୍ ଅଲ୍-ରୈମିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ହତ୍ୟା କରିଥିବା କଥା ଗୁରୁବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି।
ଏକ ବିବୃତିରେ ଟ୍ରମ୍ପ୍ କହିଛନ୍ତି: ରୈମିଙ୍କ ନେତୃତ୍ୱରେ ‘ଏକ୍ୟୁଏପି’ ୟେମେନ୍ରେ ସାଧାରଣ ନାଗରିକଙ୍କ ପ୍ରତି ଅନୁଚିତ ହିଂସା କରିଥିଲେ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ସେନାବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରି ଅନେକ ଥର ଆକ୍ରମଣ ଲାଗି ପ୍ରେରଣା ଦେଇଥିଲେ। ତାଙ୍କ ମୃତ୍ୟୁ ‘ଏକ୍ୟୁଏପି’କୁ ଓ ବିଶ୍ୱବ୍ୟାପୀ ଅଲ୍ କାଏଦା ଆନ୍ଦୋଳନକୁ ଆହୁରି ନିମ୍ନଗାମୀ କରିବା ସହ ଆମ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିବା ଏହି ସଂଗଠନଗୁଡ଼ିକୁ ମୂଳପୋଛ କରିବା ଲାଗି ଆମକୁ ଅଗ୍ରସର କରାଇଛି।
Image Source: Zee Newsକିନ୍ତୁ, ରୈମିଙ୍କୁ କେବେ ହତ୍ୟା କରାଯାଇଛି ସେ କଥା ଟ୍ରମ୍ପ୍ କହି ନାହାନ୍ତି।
ଓସାମା ବିନ୍ ଲାଡେନ୍ଙ୍କ ଦ୍ୱାରା ସଂସ୍ଥାପିତ ଅଲ୍ କାଏଦା ନେଟ୍ଓ୍ଵାର୍କ ମଧ୍ୟରୁ ‘ଏକ୍ୟୁଏପି’କୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟତମ ମାରାତ୍ମକ ଶାଖା ବୋଲି ବିଚାର କରେ।
ମାରିବ୍ ଠାରେ ଏକ ଡ୍ରୋନ୍ ଆକ୍ରମଣରେ ଅଳ୍ପ ଦିନ ତଳେ ରୈମି ନିହତ ହୋଇଥିବା ୟେମେନ୍ରେ ସମ୍ବାଦ ପ୍ରକାଶ ପାଇଥିଲା। କିନ୍ତୁ, ଏହାର ସତ୍ୟାସତ୍ୟ ଜଣାପଡ଼ି ନ ଥିଲା।
ୟେମେନ୍ ସରକାରଙ୍କର ଜଣେ କର୍ତ୍ତୃପକ୍ଷ ସାମ୍ବାଦିକଙ୍କୁ କହିଥିଲେ କି, ମାରିବ୍ରେ ଡ୍ରୋନ୍ ଆକ୍ରମଣ ହୋଇଛି କିନ୍ତୁ, ନିହତ ବ୍ୟକ୍ତି ରୈମି ନୁହନ୍ତି।
Follow Us