ଅଲ୍‌-ଶିଫା ହସ୍ପିଟାଲ ଏବେ ଯୁଦ୍ଧକ୍ଷେତ୍ର: ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା

Advertisment

୨୦୦ ପାଲେଷ୍ଟିନୀୟ ନାଗରିକ ଅଟକ, ନବଜାତ ଶିଶୁଙ୍କ ସମେତ ୨୩୦୦ ଫସି ରହିଛନ୍ତି

୨୦୦ ପାଲେଷ୍ଟିନୀୟ ନାଗରିକ ଅଟକ, ନବଜାତ ଶିଶୁଙ୍କ ସମେତ ୨୩୦୦ ଫସି ରହିଛନ୍ତି

ଅଲ୍‌-ଶିଫା ହସ୍ପିଟାଲ ଏବେ ଯୁଦ୍ଧକ୍ଷେତ୍ର: ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା

ଗାଜା: ଇସ୍ରାଏଲ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଏକ ‘ଟାର୍ଗେଟେଡ୍ ଅପରେସନ’ ଆରମ୍ଭ କରିଛି, ଯାହାକୁ ହମାସ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ଡାକ୍ତରଖାନା ହଜାର ହଜାର ଅସୁସ୍ଥ, ବିସ୍ଥାପିତ ଗାଜାବାସୀଙ୍କୁ ଆଶ୍ରୟ ଦେଇଛି। ହମାସ ସଦସ୍ୟ କିମ୍ବା ସେମାନଙ୍କ ସ‌ହଯୋଗୀ ସନ୍ଦେହରେ ହସ୍ପିଟାଲ ପରିସରରେ ୨୦୦ ଲୋକଙ୍କୁ ଇସ୍ରାଏଲ ସେନା ଅଟକ ରଖିଛି। ଗାଜାର କର୍ତ୍ତୃପକ୍ଷ ଡାକ୍ତରଖାନା ଭିତରେ ସମସ୍ତ ସାମରିକ କାର୍ଯ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ନବଜାତ ଶିଶୁଙ୍କ ସମେତ ୨୩୦୦ ଏହି ହସ୍ପିଟାଲରେ ଫସି ରହିଛନ୍ତି। ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ-ଶିଫା ଏବେ ଯୁଦ୍ଧକ୍ଷେତ୍ର ପାଲଟିଯାଇଥିବାରୁ ବିଶ୍ବବ୍ୟାପୀ ମାନବିକ ଅଧିକାର ସଂଗଠନମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହମାସ ଏହି ହସ୍ପିଟାଲକୁ କିଭଳି ସୁରକ୍ଷା କବଚ ଭାବେ ବ୍ୟବହାର କରୁଛି ତାହାର ବଳିଷ୍ଠ ପ୍ରମାଣ ଆଜି ମିଳିଛି । ଉଭୟ ଇସ୍ରାଏଲ୍ ଏବଂ ଆମେରିକା ଅଭିଯୋଗ କରିଛନ୍ତି ଯେ ଅଣ୍ଡରଗ୍ରାଉଣ୍ଡ ଟନେଲ ନେଟୱର୍କ ବ୍ୟବହାର କରି ଏହି ହସ୍ପିଟାଲରେ କମାଣ୍ଡ ପୋଷ୍ଟ ଚାଲିଛି ଏବଂ ପଣବନ୍ଦୀମାନଙ୍କୁ ଲୁଚାଇବା ପାଇଁ ହମାସ ଆତଙ୍କବାଦୀମାନେ ସମଗ୍ର ହସ୍ପିଟାଲକୁ ଏକ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛନ୍ତି। ୨୦୦୭ରୁ ଗାଜାକୁ ନିୟନ୍ତ୍ରଣ କରୁଥିବା ହମାସ ଏହି ହସ୍ପିଟାଲକୁ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଏକ ରଣନୀତିକ କେନ୍ଦ୍ରରେ ପରିଣତ କରିବାକୁ ନେଇ ବଡ଼ ଧରଣର ମାନବୀୟ ସଙ୍କଟ ଉପୁଜିଛି।

ଐତିହାସିକ ପୃଷ୍ଠଭୂମି
ବ୍ରିଟିଶ ଶାସନ କାଳରେ ଅଲ୍‌ ଶିଫା ହସ୍ପିଟାଲ ନିର୍ମାଣ ହୋଇଥିଲା। ବ୍ରିଟେନ ପାଲେଷ୍ଟାଇନରୁ ଓହରିଯିବାର ଦୁଇ ବର୍ଷ ପୂର୍ବରୁ ଅଲ-ଶିଫା ୧୯୪୮ ମସିହାରେ ଇଜିପ୍ଟ ଆକ୍ରମଣରୁ ଏବଂ ପରବର୍ତ୍ତୀ ଦଶନ୍ଧିରେ ଇଜିପ୍ଟର ସାମରିକ ଶାସନରୁ ବର୍ତ୍ତି ଯାଇଥିଲା। ୧୯୬୭ ମସିହାରେ ଇସ୍ରାଏଲର ଗାଜା ଷ୍ଟ୍ରିପକୁ କବଜା କରିବା ପରେ ଏହି ହସ୍ପିଟାଲ ପାଲେଷ୍ଟିନୀୟଙ୍କ ପାଇଁ ଏକ ସୁରକ୍ଷା କେନ୍ଦ୍ର ପାଲଟିଥିଲା। ୧୯୮୭‌ରେ, ଇସ୍ରାଏଲ୍ ଦଖଲ ବିରୋଧରେ ପ୍ରଥମ ବି‌ଦ୍ରୋହ ସମୟରେ ଏହି ହସ୍ପିଟାଲ ବାହାରେ ଭୀଷଣ ସଂଘର୍ଷ ଦେଖିବାକୁ ମିଳିଥିଲା। ୧୯୮୦ ଦଶକରେ ହସ୍ପିଟାଲ୍ କମ୍ପ୍ଲେକ୍ସ ପୁନଃ ନିର୍ମାଣ କରାଯାଇଥିଲା ଏବଂ ଏଥିପାଇଁ ଆମେରିକା ସହାୟତା ଦେଇଥିଲା। ୨୦୦୭ରେ ଏହି ହସ୍ପିଟାଲ ହମାସ ନିୟନ୍ତ୍ରଣକୁ ଆସିଥିଲା ଏବଂ ହମାସ ନିଜର ସୁବିଧା ଅନୁଯାୟୀ ଏହି ହସ୍ପିଟାଲରେ କେତେକ ନୂତନ ନିର୍ମାଣ କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe