ଯୋଗୀ ସରକାରଙ୍କୁ ହାଇକୋର୍ଟ ଝଟକା, ୬୯୦୦୦ ଶିକ୍ଷକ ନିଯୁକ୍ତି ସଂପର୍କିତ ମେରିଟ୍ ଲିଷ୍ଟ ରଦ୍ଦ

Advertisment
ଖାଉଟି ଅଦାଲତ ଦ୍ୱାରା ଅତିରିକ୍ତ ତହସିଲଦାର, ରାଜସ୍ୱ ଅଧିକାରୀ ଦଣ୍ଡିତ

ଲକ୍ଷ୍ନୌ : ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ବଡ଼ ଝଟକା ଦେଇଛନ୍ତି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଶୁକ୍ରବାର (ଅଗଷ୍ଟ ୧୬) ରାୟ ଶୁଣାଇ ଏହି ନିଯୁକ୍ତିର ସମ୍ପୂର୍ଣ୍ଣ ମେରିଟ୍ ଲିଷ୍ଟକୁ ରଦ୍ଦ କରିଛନ୍ତି। ଏଥିସହିତ ୩ ମାସ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ୟୁପିର ୬୯,୦୦୦ ସହକାରୀ ଶିକ୍ଷକ ନିଯୁକ୍ତି ମାମଲାରେ ଆଜି ଲକ୍ଷ୍ନୌ ହାଇକୋର୍ଟର ଡବଲ ବେଞ୍ଚ ଏକ ବଡ଼ ନିଷ୍ପତ୍ତି ଦେଇ ସମ୍ପୂର୍ଣ୍ଣ ଚୟନ ତାଲିକାକୁ ରଦ୍ଦ କରିଛନ୍ତି। ଜଷ୍ଟିସ୍ ଏ.ଆର୍. ଜଷ୍ଟିସ୍ ମାସୁଦି ଓ ଜଷ୍ଟିସ୍ ବ୍ରଜରାଜ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଗ୍ର ଚୟନ ତାଲିକାକୁ ରଦ୍ଦ କରିବା ସହ ଦୁଇଜଣିଆ ବେଞ୍ଚ  ଜଣିକିଆ ଖଣ୍ଡପୀଠ ବେଞ୍ଚଙ୍କ ପୂର୍ବ ଆଦେଶକୁ ରଦ୍ଦ କରିଛନ୍ତି। ଜଣିକିଆ ଖଣ୍ଡପୀଠ ୨୦୨୩ ମାର୍ଚ୍ଚ ୮ରେ ରାୟ ଦେଇଥିଲେ ଯେ ୨୦୨୦ ରେ ୬୯୦ ଶିକ୍ଷକ ନିଯୁକ୍ତି ତାଲିକା ବାତିଲ କରାଯାଇଛି।

ରାଜ୍ୟ ସରକାର ୨୦୧୮ ଡିସେମ୍ବରରେ ୬୯ ହଜାର ସହକାରୀ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ ଓ ଏଥିପାଇଁ ୨୦୧୯ ଜାନୁଆରିରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତିରେ ୪ ଲକ୍ଷ ୧୦ ହଜାର ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୦ ହଜାର ପରୀକ୍ଷାର୍ଥୀ ସଫଳ ହୋଇଥିଲେ। ଏହାପରେ ସରକାର ମେରିଟ୍ ଲିଷ୍ଟ ବାହାର କରିଥିଲେ। ମେରିଟ୍ ଲିଷ୍ଟ ଆସିବା ମାତ୍ରେ ବିବାଦ ହୋଇଥିଲା, କାରଣ ଯେଉଁ ପ୍ରାର୍ଥୀମାନେ ସେମାନଙ୍କୁ ଚୟନ କରାଯିବ ବୋଲି ବିଶ୍ୱାସ କରୁଥିଲେ, ସେମାନଙ୍କ ନାଁ ତାଲିକାରେ ନଥିଲା । ଏହାଛଡ଼ା ସଂରକ୍ଷଣ କ୍ଷେତ୍ରରେ ବି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe