ଓ୍ଵାର୍ସା : ବେଲାରୁଷ୍ର ଜଣେ ୨୩ ବର୍ଷୀୟା ଛାତ୍ରୀ ଆଜେକ୍ଜାଣ୍ଡ୍ରା ଚିଚିକୋଭା ବିଶ୍ୱର ପ୍ରଥମ ‘ମିସ୍ ହ୍ଵିଲ୍ଚେୟାର ଓ୍ଵାର୍ଲଡ’ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଓ୍ଵାରସାରେ ଅନୁଷ୍ଠିତ ଏହି ଶ୍ରେଣୀର ପ୍ରଥମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଆଲେକାଜାଣ୍ଡ୍ରା ସବୁ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଲେବୋହାଙ୍ଗା ମୋନ୍ୟାସ୍ତି ପ୍ରଥମ ରନର୍-ଅପ୍ ହୋଇଥିଲେ। ଏହି ପ୍ରତିଯୋଗିତାରେ ୧୯ଟି ରାଷ୍ଟ୍ରରୁ ୨୪ ଜଣ ସୁନ୍ଦରୀ ଭାଗ ନେଇଥିଲେ। ହ୍ଵିଲ୍ଚେୟାରରେ ରହୁଥିବା ମହିଳାଙ୍କ ସାମର୍ଥ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗିତା ଆୟୋଜନ ହୋଇଥିଲା।
ବେଲାରୁଷ୍ର ଆଲେକ୍ଜାଣ୍ଡ୍ରା ହେଲେ ବିଶ୍ୱର ପ୍ରଥମ ‘ମିସ୍ ହ୍ଵିଲ୍ଚେୟାର ଓ୍ଵାର୍ଲଡ’
Advertisment
Follow Us