ଦୁର୍ଘଟଣା ପରେ ଏଏଲଏଚ୍ ଧ୍ରୁବ ହେଲିକପ୍ଟରର ସୁରକ୍ଷାକୁ ନେଇ ଚିନ୍ତା

ଗୁଜରାଟର ପୋରବନ୍ଦରରେ ହୋଇଥିବା ଦୁର୍ଘଟଣା ପରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା ଏବଂ ଏଏଲଏଚ୍ ହେଲିକପ୍ଟର ବ୍ୟବହାର କରୁଥିବା  ଅନ୍ୟ ଅପରେଟରମାନେ ଏଏଲଏଚ ହେଲିକପ୍ଟରର ଉଡ଼ାଣକୁ ସାମୟିକଭାବେ ବନ୍ଦ ରଖିଛନ୍ତି ।  ସମସ୍ତ ହେଲିକପ୍ଟରର ବ୍ୟାପକ ସୁରକ୍ଷା ଯାଞ୍ଚ ପାଇଁ ଏହି ପଦକ୍ଷେପ ନିଆଯାଇଛି । 

ତିନିବାହିନୀ ପାଇଁ ବଡ଼ ଧରଣର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: ଗୁଜରାଟର ପୋରବନ୍ଦରରେ ହୋଇଥିବା ଦୁର୍ଘଟଣା ପରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା ଏବଂ ଏଏଲଏଚ୍ ହେଲିକପ୍ଟର ବ୍ୟବହାର କରୁଥିବା  ଅନ୍ୟ ଅପରେଟରମାନେ ସମସ୍ତ ଏଏଲଏଚ ହେଲିକପ୍ଟରର ଉଡ଼ାଣକୁ ସାମୟିକଭାବେ ବନ୍ଦ ରଖିଛନ୍ତି ।  ସମସ୍ତ ହେଲିକପ୍ଟରର ବ୍ୟାପକ ସୁରକ୍ଷା ଯାଞ୍ଚ ପାଇଁ ଏହି ପଦକ୍ଷେପ ନିଆଯାଇଛି । 

ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ପରେ ଦ୍ୱିତୀୟ ଥର ପାଇଁ ଏଏଲ୍ଏଚ୍ ଧ୍ରୁବ ହେଲିକପ୍ଟର ଫ୍ଲିଟକୁ ଗ୍ରାଉଣ୍ଡ୍ (ଉଡ଼ାଣ ବନ୍ଦ)  କରାଯାଇଛି। ଗତ ଜାନୁଆରି ୫ ତାରିଖରେ ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ଏମକେ-୩ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୩ ପରେ ଦ୍ୱିତୀୟ ଥର ପାଇଁ ଏଏଲ୍ଏଚ୍ ଧ୍ରୁବ ହେଲିକପ୍ଟର ଫ୍ଲିଟକୁ ଗ୍ରାଉଣ୍ଡ୍ (ଉଡ଼ାଣ ବନ୍ଦ)  କରାଯାଇଛି। ଗତ ଜାନୁଆରି ୫ ତାରିଖରେ ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ଏମକେ-୩ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ୧୬ଟି ଏଏଲଏଚ୍ ଏମକେ-୩ ହେଲିକପ୍ଟର ବ୍ୟବହାର କରୁଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀରେ ମୋଟ ୧୯ଟି ଏଏଲଏଚ୍ ଧ୍ରୁବ ହେଲିକପ୍ଟର ରହିଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ଆଉ ୧୫ଟି ଧ୍ରୁବ ହେଲିକପ୍ଟର ସାମିଲ କରିବାକୁ ଭାରତୀୟ ତଟରକ୍ଷୀ ବାହିନୀ ଯୋଜନା କରୁଛି। ସେପଟେ ପୋରବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe