ଅଷ୍ଟ୍ରେଲିଆରେ ସମୁଦ୍ର ଢେଉରେ ଭାସି ଆସିଲା ଏଲିୟନ ପରି ଜୀବ

Advertisment
ଅଷ୍ଟ୍ରେଲିଆରେ ସମୁଦ୍ର ଢେଉରେ ଭାସି ଆସିଲା ଏଲିୟନ ପରି ଜୀବ

Image Courtesy: The Independent

କାନବେରା: ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ଏଲିୟନ ପରି ଏକ ଜୀବ ମିଳିଛି। ବଡ ପଞ୍ଝା,ଖପୁରୀ, ନମନୀୟ ଶରୀର ଓ ବଡ ଲାଙ୍ଗୁଳ ଥିବା ଏହି ଜୀବ ଏଲିୟନ ପରି ଦେଖାଯାଉଛି। ପ୍ରଥମରୁ ଏହି ଜୀବ ରହସ୍ୟଜନକ ଜଣା ପଡୁଥିଲା। ତେବେ ଏବେ ବୈଜ୍ଞାନିକମାନେ ଏହାର ନାମ ବ୍ରଶ୍ଟେଲ୍ ପାସମ୍ ବୋଲି କହୁଛନ୍ତି।

ଅଷ୍ଟ୍ରେଲିଆର କଟନ୍ ଟ୍ରି କୂଳରେ ମିଳିଥିବା ଏହି ଜୀବ ସମୁଦ୍ରର ଲହରରେ ଭାସି ଆସି ଉପକୂଳରେ ଲାଗିଥିଲା। ଏଠାରେ ରହୁଥିବା ଆଲେକ୍ସ ଟେନ୍ ସକାଳେ ବୁଲିବାକୁ ବାହାରିଥବା ବେଳେ ସେ ପ୍ରଥମ ଥର ପାଇଁ ଏହି ଜୀବକୁ ଦେଖିବାକୁ ପାଇଥିଲେ।

ଆଲେକ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଜୀବର ଏକ ଭିଡିଓ ଅପଲୋଡ୍ କରି ଅନୁମାନ ଲଗାଇଥିଲେ ଏହା କଣ ହୋଇପାରେ। ତାଙ୍କର ଏହି ଭିଡିଓ ପୃଥିବୀସାରା ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନଙ୍କ ଅନୁସାରେ ଏହା କଙ୍ଗାରୁ କିମ୍ବା ବାଲବାୟ ପରି ଜୀବ ବି ହୋଇପାରେ।

ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ଏପରି କୌଣସି ଜୀବ ଅଷ୍ଟ୍ରେଲିଆରେ ମିଳିଛି। ଗତମାସରେ ସିଡ୍‌ନି ଉତ୍ତର ସମୁଦ୍ର ତଟରେ ବି ଏପରି ଏକ ରହସ୍ୟମୟ ଜୀବ ମିଳିଥିଲା। ଏହା ସମୁଦ୍ରରେ ବୁଲୁଥିବା ‘ଏନିମୋନ୍’ ବୋଲି ଚିହ୍ନଟ କରାଯାଇଥିଲା।
ବ୍ରଶ୍ଟେଲ୍ ପାସମ୍ ଏପରି ଏକ ଜୀବ ଯାହା ଅଷ୍ଟ୍ରେଲିଆର ପୂର୍ବ ସମୁଦ୍ର ଅଞ୍ଚଳରେ ମିଳିଥାଏ। ଏହି ଜୀବ ଫୁଲ, ପତ୍ର ଓ ଫଳକୁ ଖାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe