ପୃଥିବୀପୃଷ୍ଠରେ ଏଲିଏନ୍‌ ଅଛନ୍ତି ମାତ୍ର ଦୃଶ୍ୟମାନ ହେଉନାହାନ୍ତି: ମହାକାଶଚାରୀ ହେଲେନ୍‌ ସରମନ୍

Advertisment
ପୃଥିବୀପୃଷ୍ଠରେ ଏଲିଏନ୍‌ ଅଛନ୍ତି ମାତ୍ର ଦୃଶ୍ୟମାନ ହେଉନାହାନ୍ତି: ମହାକାଶଚାରୀ ହେଲେନ୍‌ ସରମନ୍

www.newindianexpress.com

ଲଣ୍ଡନ: ପୂର୍ବରୁ ଏଲିଏନ୍‌ ବା ପରଗ୍ରହୀମାନଙ୍କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସବୁ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି। ପୃଥିବୀପୃଷ୍ଠରେ ଏଲିଏନ୍‌ର ଅବସ୍ଥିତିକୁ ନେଇ ଅନେକ ବୈଜ୍ଞାନିକ ସମର୍ଥନ କରିଥିବା ବେଳେ ଆହୁରି କିଛି ବୈଜ୍ଞାନିକ ଏହାକୁ ଅସ୍ବୀକାର ମଧ୍ୟ କରିଛନ୍ତି। ନିକଟ ଅତୀତରେ ମହାକାଶ ଯାତ୍ରା କରିଥିବା ବ୍ରିଟେନ୍‌ର ପ୍ରଥମ ମହାକାଶଚାରୀ ହେଲେନ୍‌ ସରମନ୍ ପୃଥିବୀରେ ପରଗ୍ରହୀଜୀବ ବା ଏଲିଏନ୍‌ର ଉପସ୍ଥିତିକୁ ନେଇ ସକାରାତ୍ମକ ସୂଚନା ଦେଇଛନ୍ତି। ସୋମବାର ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୃଥିବୀପୃଷ୍ଠରେ ପୂର୍ବରୁ ହିଁ ଏଲିଏନ୍‌ ଅଛନ୍ତି ବୋଲି ହେଲେନ୍‌ ନିକଟରେ ପ୍ରକାଶ କରିଛନ୍ତି।

publive-image newindianexpress.com

ହେଲେନ୍‌ ଦେଇଥିବା ସୂଚନା ଇଂଲଣ୍ଡର ଏକ ପତ୍ରିକାରେ ଉ‌ଲ୍ଲେଖ‌ କରାଯାଇଛି। ସେଥିରେ ଲେଖାଯାଇଛି, ‘ଏଥିରେ ଦ୍ବିମତ ନାହିଁଁ ଯେ ପୃଥିବୀରେ ପରଗ୍ରହୀ ଜୀବ  ବା ଏଲିଏନ୍‌ ଅଛନ୍ତି। ବ୍ରହ୍ମାଣ୍ଡରେ କୋଟି କୋଟି ନକ୍ଷତ୍ର ଅଛନ୍ତି। ସେଠାରେ ବିଭିନ୍ନ ପ୍ରକାରର ଜୀବସତ୍ତା ରହିବା ଅସମ୍ଭବ ନୁହେଁ ଯେହେତୁ ଏଲିଏନ୍‌ମାନେ ମଣିଷମାନଙ୍କ ପରି କାର୍ବୋନ ଓ ନାଇଟ୍ରୋଜେନ୍‌ରେ ତିଆରି ନୁହଁନ୍ତି ତେଣୁ ସେମାନେ ଦୃଶ୍ୟମାନ ହେଉନାହାନ୍ତି। ସେମାନେ ଏଠାରେ ଥିବାର ସମ୍ଭାବନା ରହିଛି। ମାତ୍ର ଆମେ ସେମାନଙ୍କୁ ସହଜରେ ଦେଖିପାରିବା ନାହିଁ।’

ଉଲ୍ଳେଖଯୋଗ୍ୟ, ୧୯୯୧ ମସିହା ମେ ମାସରେରେ ରୁଷିଆନ ମଡୁଲାର୍‌ ସ୍ପେସ୍‌‌ ଷ୍ଟେସନ୍‌ ‌ମିଶନ୍‌ରେ ଇଂଲଣ୍ଡର ପ୍ରଥମ ମହିଳା ମହାକାଶଚାରୀ ଭାବେ ଯୋଗ ଦେଇ ହେଲେନ୍‌ ଇତିିହାସ ସୃଷ୍ଟି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe