ବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍‌; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣ

ବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍‌; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣ

ଲଣ୍ଡନ: ଏକଦା ଚନ୍ଦ୍ରରେ ଅନ୍ୟଗ୍ରହର ଜୀବ ଏଲିୟନ୍‌ ବସବାସ କରୁଥିଲେ। ଦୀର୍ଘକାଳ ଧରି ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ କରିଥିଲେ ଏଲିୟନ୍‌। ସଂପ୍ରତି ଏ ସଂପର୍କିତ ଗବେଷଣା କରୁଥିବା ଜ୍ୟୋତିର୍ବିଜ୍ଞାନୀ ଓ ମହାକାଶ ବିଜ୍ଞାନୀ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଗବେଷକଙ୍କ ସୂଚନା ଅନୁଯାୟୀ ଉଲ୍‌କାପିଣ୍ଡର ବିସ୍ଫୋରଣ ହେତୁ ଏଲିୟନ୍‌ଙ୍କ ଜୀବନଧାରଣ ଉପଯୋଗୀ ବାତାବରଣ ଚନ୍ଦ୍ରରେ ସୃଷ୍ଟି ହୋଇଥିଲା। ଆଉ ଏହି ଘଟଣା ସହସ୍ର ନିୟୁତ ବର୍ଷ ତଳେ ସଂଘଠିତ ହୋଇଥିଲା। କେବଳ ସେତିକି ନୁହେଁ, ସେ ସମୟରେ ଯେଉଁ ବାତାବରଣ ଥିଲା ତାହା ଏବେକାର ଚନ୍ଦ୍ରପୃଷ୍ଠର ବାତାବରଣଠାରୁ ଢେର ଅଧିକ ଜୀବନଧାରଣ ଉପଯୋଗୀ ଥିଲା। ଏହି ଗବେଷଣା ଅନୁସାରେ ୩.୫ ବିଲିୟନ ବର୍ଷ ତଳେ ଚନ୍ଦ୍ରପୃଷ୍ଠରେ ଏକ ବିରାଟ ଆଗ୍ନେୟ ଉଦ୍‌ଗୀରଣ ଘଟିଥିଲା। ଯାହାର ପ୍ରଭାବରେ ଉତ୍ତପ୍ତ ଗ୍ୟାସ୍‌ ଚନ୍ଦ୍ରର ବାତାବରଣକୁ ଆଚ୍ଛଦିତ କରିଥିଲା। ଏହି ଗ୍ୟାସ୍‌ ଶୀତଳ ହେବା ଦ୍ୱାରା ଜଳର ବିନ୍ୟାସ ହୋଇଥିଲା।

ତେଣୁ, ନିକଟରେ ମହାକାଶ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେ ଏକ ଉଲ୍‌କା ବିସ୍ଫୋରଣ ପରେ ଆମର ପଡ଼ୋଶୀ ଗ୍ରହ ଚନ୍ଦ୍ରପୃଷ୍ଟରେ ଏକ ରକମର ଆଲୌକିକ ଜୀବନ ସମ୍ଭବ ହୋଇପାରେ। ଉଲ୍‌କା ବିସ୍ଫୋରଣ ପରେ ଆଜି ତୁଳନାରେ ବାତାବରଣ ଆହୁରି ରହଣି ଯୋଗ୍ୟ ହୋଇଯିବ। ସଂକ୍ଷପରେ କହିଲେ ଜୀବନକୁ ସମର୍ଥନ କରିବାକୁ ଚନ୍ଦ୍ରପୃଷ୍ଟ ସମର୍ଥ ହେବ।

ଦୁଇ ବରିଷ୍ଠ ଗ୍ରହ ଅନୁସନ୍ଧାନକର୍ତ୍ତାଙ୍କ କହିବା ଅନୁସାରେ, ୪ ବିଲିୟନ୍‌ ବର୍ଷ ପୂର୍ବରୁ ଚନ୍ଦ୍ରପୃଷ୍ଟରେ ଜୀବନ ଅତିବାହିତ କରିବାର ପରିସ୍ଥିତି ରହିଥିଲା।

ଅନେକ ବର୍ଷ ପୂର୍ବରୁ ଏକ ରହିବା ଯୋଗ୍ୟ ବାତାବରଣ ସୃଷ୍ଟି ହୋଇ ସାରିଥିବା ସତ୍ତ୍ୱେ ବି ଆମେ କେବଳ ଏଯାବତ୍‌ ଚନ୍ଦ୍ରରେ ରହିବାର ସ୍ୱପ୍ନ ଦେଖି ଆସିଛନ୍ତି। ଏ ସଂପର୍କରେ ଆଗରୁ ସୂଚନା ମିଳିଥିଲେ ହୁଏତ ଏଠାରେ ମଣିଷ ଏବେ ସୁଦ୍ଧା ରହି ସାରନ୍ତେଣି ବୋଲି ଜଣେ ବୈଜ୍ଞାନିକ ମତ ଦେଇଛନ୍ତି।

publive-image

ଚନ୍ଦ୍ରପୃଷ୍ଟ ଏକ ଚୁମ୍ବକୀୟ ଶକ୍ତି ଦ୍ୱାରା ରହିଛି ବୋଲି ମନାଯାଏ, ଯାହାକି କ୍ଷତିକାରୀ ବାୟୁଠାରୁ କୌଣସି ବି ଜୀବନକୁ ସୁରକ୍ଷା ଦେଇଥାଏ। ପୃଥିବୀପୃଷ୍ଠରେ ପ୍ରାୟ ୩.୫ରୁ ୩.୮ ବିଲିୟନ୍‌ ବର୍ଷ ପୂର୍ବରୁ ଜନଜୀବନ ବସବାସ କରୁଛନ୍ତି। ସେ ସମୟରେ ସୌର ପ୍ରଣାଳୀ ଖୁବ୍‌ ହିଂସକ ଥିଲା, ଯାହିକି ପ୍ରାୟ ଉଲ୍‌କା ପ୍ରଭାବରେ ଛିନ୍‌ଭିନ୍‌ ହୋଉଥିଲା। ବୈଜ୍ଞାନିକଙ୍କ ପରାମର୍ଶ ହେଉଛି କି ସେହି ଉଲ୍‌କାରୁ ଆଉ ଗୋଟାଏ ବିସ୍ଫୋରଣ ହେଲେ ଚନ୍ଦ୍ରପୃଷ୍ଟରେ ବି ବସବାସ ସମ୍ଭବ ହୋଇପାରିବ। ଏବେ ଚନ୍ଦ୍ରପୃଷ୍ଟ ସୁଷ୍କ ହୋଇ ପଡ଼ିଥିବାରୁ ଏହାକୁ ରହଣିଯୋଗ୍ୟ କରିବାକୁ ଆହୁରି ସମୟ ଲାଗିପାରେ!

ବୈଜ୍ଞାନିକଙ୍କ ମତ ହେଲା ଚନ୍ଦ୍ରପୃଷ୍ଟରେ ସେହି ସମୟରେ ରହିବା ସମ୍ଭବ ହୋଇପାରିଥାନ୍ତା। କାହିଁକି ନା, ସରଫେସ୍‌ ପୂରାପୂରି ଶୁଷ୍କ ନହେବା ପର୍ଯ୍ୟନ୍ତ ପାଣିସ୍ଥାନରେ କେତେକ ସୂକ୍ଷ୍ମ ଜୀବ ବଞ୍ଚି ରହିଥିବାର ପ୍ରମାଣ ରହିଛି।

ବୈଜ୍ଞାନିକମାନେ ଏବେ ଆଶା କରିଛନ୍ତି କି ନିକଟରେ କରାଯାଇଥିବା ଏହି ଅଟକଳ ନାସା ଏବଂ ଅନ୍ୟ ମହାକାଶ ଗବେଷଣା କେନ୍ଦ୍ରଙ୍କୁ ଚନ୍ଦ୍ରପୃଷ୍ଟରେ ଭବିଷ୍ୟ ନିର୍ମାଣ ସଂପର୍କରେ ଜାଣିବା ପାଇଁ ପ୍ରୋତ୍ସାହିତ କରିବ। ଫଳରେ ଜାଣି ହେବ ଯେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଟରେ ବସବାସ ସମ୍ଭବ ହେବ କି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe