ଆଲିଗଡ଼ରେ ସିଏଏ ବିରୋଧୀ ଆନ୍ଦୋଳନରେ ପୁଲିସ୍‌ ସହ ଆନ୍ଦୋଳନକାରୀ ମୁହାମୁହିଁ, ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେଲା

ଆଲିଗଡ଼ରେ ସିଏଏ ବିରୋଧୀ ଆନ୍ଦୋଳନରେ ପୁଲିସ୍‌ ସହ ଆନ୍ଦୋଳନକାରୀ ମୁହାମୁହିଁ, ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେଲା

(Photo Credits: ANI)

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ସ୍ଥିିତ ଉପରକୋଟ କୋଟୱାଲି ଅଞ୍ଚଳରେ ରବିବାର ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧ ପ୍ରଦର୍ଶନକାରୀ ଓ ପୁଲିସ୍‌ ଭିତରେ ମୁହାଁମୁହିଁ ଘଟିଛି। ଜାଣିବାକୁ ମିଳିଛି ଯେ ପୁଲିସ୍‌ ଓ ବିରୋଧ ପ୍ରଦର୍ଶଦକାରୀଙ୍କ ମଧ୍ୟରେ ଉପୁଜିଥିବା ଏହି ହିଂସାରେ ଟେକା ମାଡ଼ ହେବା ସହ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ଲାଠି ଚାର୍ଜ କରିବା ସହ ଟିୟର୍‌ ଗ୍ୟାସ୍‌ ସ୍ପ୍ରେ କରିଥିବା ଜାଣିବାକୁ ମିଳିଛି। ଏହି କାରଣରୁ ସଂଧ୍ୟା ୬ଟାରୁ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ କରିି ଦିଆଯାଇଛି।

ଆହୁରି ବି ଖବର ରହିଛି ଯେ କିଛି ମହିଳା ବିରୋଧ ପ୍ରଦର୍ଶନକକାରୀ ଶନିବାରଠାରୁ ମହମ୍ମଦ ଅଲ୍ଲୀ ରୋଡ୍‌ରେ ଧାରଣା ଦେଇଛନ୍ତି। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ବିଦା କରିବାକୁ ଚେଷ୍ଟା ଚଳାଇଛି।

publive-image indiatoday.in

ସେହିପରି ‘ସିଏଏ’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଶନିବାର ରାତିରେ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ବାହାରେ ବହୁ ସଂଖ୍ୟକ ମହିଳା ଏକତ୍ର ହୋଇଥିଲେ। ଫଳରେ ସୀଲମପୁରରୁ ମୌଜପୁର ଏବଂ ଯମୁନା ବିହାର ଯାଇଥିବା ସଡ଼କ ନମ୍ବର ୬୬ ଅବରୋଧ ହୋଇଥିଲା।

ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ କରାଯାଇଥିଲା। ଆଜି ମୌଜପୁରରେ ସିଏଏକୁ ସମର୍ଥନ କରି ବିଜେପି ନେତା କପିଲ ମିଶ୍ରା ଏକ ରାଲି ବାହାର କରିଥିଲେ। ଏହି ଖବର ଜାଫ୍ରାବାଦରେ ସିଏଏକୁ ବିରୋଧ କରୁଥିବା ମହିଳାମାନଙ୍କ କାନରେ ପଡ଼ିବା ପରେ ସେମାନେ ମୌଜପୁର ଆସି କପିଲ ମିଶ୍ରା ଏବଂ ଅନ୍ୟ ସମର୍ଥକମାନଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe