ଜାତୀୟ ରାଜପଥରେ ଘୁରି ବୁଲୁଛି ବିଶାଳ କୁମ୍ଭୀର: ସ୍ଥାନୀୟଲୋକଙ୍କ ମନରେ ଖେଳି ଯାଇଛି କୋକୁଆଭୟ

ଆଲିଗଡ଼ ଜାତୀୟ ରାଜପଥ ନାନାଓ ବ୍ରିଜ୍ ପୋଲ ତଳୁ ହଠାତ୍ ଏକ ବଡ଼ କୁମ୍ଭୀର ବାହାରି ଆସିଥିଲା। ପ୍ରାୟ ଦଶ ଫୁଟ ଲମ୍ବା ଏକ ବିରାଟ ଜଳଚର ପ୍ରାଣୀକୁ ଦେଖି ରାସ୍ତାରେ ଯାତ୍ରା କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ।

New Project (15) (1)

ଆଲିଗଡ଼: ଆଲିଗଡ଼ ଜାତୀୟ ରାଜପଥ ନାନାଓ ବ୍ରିଜ୍ ପୋଲ ତଳୁ ହଠାତ୍ ଏକ ବଡ଼ କୁମ୍ଭୀର ବାହାରି ଆସିଥିଲା। ପ୍ରାୟ ଦଶ ଫୁଟ ଲମ୍ବା ଏହିୀ ବିରାଟ ଜଳଚର ପ୍ରାଣୀକୁ ଦେଖି ରାସ୍ତାରେ ଯାତ୍ରା କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ।ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁତ ପରିଶ୍ରମ ପରେ ବନ କର୍ମଚାରୀ କୁମ୍ଭୀରଟିକୁ ଉଦ୍ଧାର କରି ନଦୀରେ ସୁରକ୍ଷିତ ଭାବରେ ଛାଡି ଦେଇଥିଲେ।

ପ୍ରଥମେ ଲୋକମାନେ ଏହାକୁ ଏକ ମଜାକ ବୋଲି ଭାବିଥିଲେ। କେହି ବୋଧ ହୁଏ ଜ‌ାଣିଶୁଣି ଲୋକଙ୍କୁ ଭୟଭୀତ କରିବା ପାଇଁ  ରାସ୍ତାରେ ଏପରି କୁମ୍ଭୀରଟିକୁ ଛାଡ଼ି ଦେଇଥିବା କୁହାଯାଉଥିଲା। କିନ୍ତୁ କିଛି ସମୟ ପରେ କୁମ୍ଭୀରଟି ଆପଣାଛାଏଁ ରାସ୍ତାକୁ ଚାଲି ଆସିଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ସେମାନଙ୍କର ମୋବାଇଲ୍ ଫୋନ୍ ବାହାର କରି ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।। 

ଏ ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ କିଛି ସମୟ ପାଇଁ ଜାତୀୟ ରାଜପଥ-୯ ରେ ଯାତାୟାତ ବନ୍ଦ କରିଦେଇଥିଲା, ଯାହା ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଥିଲା। ।

ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଏହି କୁମ୍ଭୀର କାଲି ନଦୀରୁ ବାହାରି ରାଜପଥ ନିକଟରେ ପହଞ୍ଚିଥିଲା। ବର୍ଷା ଋତୁରେ ନଦୀ ଏବଂ ପୋଖରୀରେ ପାଣି ଭରି ଯାଉଥିବାରୁ ଜଳଚର ପ୍ରାଣୀମାନେ ପ୍ରାୟତଃ ସେମାନଙ୍କ ବାସସ୍ଥାନରୁ ବାହାରି ଆସି ଜନବସତି ଅଞ୍ଚଳରେ ପହଞ୍ଚି ଯାଇଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe