ଦୁଇ ବର୍ଷର ଶିଶୁକୁ ନୃଶଂସ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କଲେ ପିତା ବନଓ୍ୱାରୀ ଲାଲ୍‌

Advertisment
ଦୁଇ ବର୍ଷର ଶିଶୁକୁ ନୃଶଂସ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କଲେ ପିତା ବନଓ୍ୱାରୀ ଲାଲ୍‌

PHOTO-oneindia

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଦୁଇ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏବେ ଏହି ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଜଣାଯାଇଛି ଯେ ଶିଶୁର ଶରୀରକୁ ଏଭଳି ନଷ୍ଟ କରି ଦିଆଯାଇଥିଲା ଯେ ଦୁଷ୍କର୍ମ ଭଳି ଅପରାଧର ଯାଞ୍ଚ କରାଯିବା ସମ୍ଭବପର ନୁହେଁ। ହତ୍ୟାକାରୀ ମାନେ ଶିଶୁର କିଡିନକୁ ବି ବାହାର କରି ଦେଇଥିଲେ।

ନିଜର ଦୁଇ ବର୍ଷର ଶିଶୁ କନ୍ୟା ସହିତ ଘଟିଥିବା ଏଭଳି ବର୍ବର କାଣ୍ଡରେ ଅଭିଯୁକ୍ତମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ମୃତକର ପିତା ବନଓ୍ୱାରୀ ଲାଲ । ବନଓ୍ୱାରୀ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଅପରପକ୍ଷରେ ଶିଶୁକନ୍ୟାର ମାଆ କେନ୍ଦ୍ରର ମୋଦୀ ସରକାର ଓ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ। ସେ ଅଭିଯୋଗ କରିଛନ୍ତି ସହ ଅଭିଯୁକ୍ତ ଅସ୍ଲାମ ନିଜର ଚାରି ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିଲା।

publive-image PHOTO-ONEINDIA

ଏଠାରେ ସୂଚନାଯୋଗ୍ୟ ଯେ ହତ୍ୟା ମାମଲାର ୨ ମୁଖ୍ୟ ଅଭିଯୁକ୍ତ ଜାହିଦ ଏବଂ ଅସ୍ଲାମକୁ ପୁଲିସ ଗିରଫ କରିଛି। ଶିଶୁଟିକୁ ମେ ୩୦ ତାରିଖ ଦିନ ଅପହରଣ କରି ହତ୍ୟା କରାଯାଇଥିଲା ଏବଂ ଘଟଣାସ୍ଥଳଠାରୁ କିଛି ଦୂରରେ ଥିବା ଡଷ୍ଟ୍ବିନ୍ରୁ ୩୧ ତାରିଖ ଦିନ ଶବ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe