ମରିଗଲା କି ମାନବିକତା ! ରାଜସ୍ଥାନରେ ଦୁଇ ଦଳିତ ଭାଇଙ୍କୁ ମାଡ଼ମାରିବା ସହ ପେଚକସ୍‌ରେ ପେଟ୍ରୋଲ ଭିଜା କପଡ଼ାଗୁଡ଼ାଇ ସମ୍ବେଦନଶୀଳ ଅଙ୍ଗରେ ପୂରାଇଲେ ଦୁର୍ବୃତ୍ତ

ମରିଗଲା କି ମାନବିକତା ! ରାଜସ୍ଥାନରେ ଦୁଇ ଦଳିତ ଭାଇଙ୍କୁ ମାଡ଼ମାରିବା ସହ ପେଚକସ୍‌ରେ ପେଟ୍ରୋଲ ଭିଜା କପଡ଼ାଗୁଡ଼ାଇ ସମ୍ବେଦନଶୀଳ ଅଙ୍ଗରେ ପୂରାଇଲେ ଦୁର୍ବୃତ୍ତ

ନାଗୌର: ରାଜସ୍ଥାନର ନାଗୌର ଜିଲ୍ଲାରେ ଗୋଟିଏ  ଗାଡ଼ି ସର୍ଭିସ୍‌ ସେଣ୍ଟରର କର୍ମଚାରୀମାନେ  ଚୋରିର ଅଭିଯୋଗ ଆଣି ଦୁଇଜଣ ଦଳିତ ଭାଇଙ୍କୁ ନିସ୍ତୁକମାଡ଼ ମାରିବା ସହିତ ପେସ୍‌କସ୍‌ରେ ପେଟ୍ରୋଲ ଭର୍ତ୍ତି କପଡ଼ା ଗୁଡ଼ାଇ ମଳଦ୍ବାରରେ ପୂରାଇ ଦେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

चोरी का आरोप लगाकर पीटा

ଫେବ୍ରୁଆରି ୧୬ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ଗତ ବୁଧବାର ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପୀଡ଼ିତଙ୍କୁ ସମ୍ପର୍କ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କ ବିରୋଧରେ ୩୪୨, ୩୨୩, ୩୪୧, ୧୪୩ ଧାର।ରେ ମାମଲା ରୁଜୁ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ଗିରଫ ଅଭଯୁକ୍ତଙ୍କ ନାମ ଭୀମ ସିଂହ, ଆଇଦାନ ସିଂହ, ଜାସୁ ସିଂହ ଓ ସାଓ୍ଵାଇ ସିଂହ ବୋଲି ଜଣାପଡ଼ିଛି।

ନାଗୌର ସୋନନଗର ଭୋଜାବାସର ବାସିନ୍ଦା ପୀଡ଼ିତ ଯୁବକ ଅଭିଯୋଗ କରି କହିଛନ୍ତି, ‘ଫେବ୍ରୁଆରି ୧୬ ତାରିଖର ବାଇକ୍‌ ସର୍ଭିସ୍‌ କରିବା ପାଇଁ ଦାଦାଙ୍କ ପୁଅଙ୍କୁ ନେଇ ନାଗୌର ଜିଲ୍ଲାର କରନୁ ଗ୍ରାମର ଗାଡ଼ି ସର୍ଭିସିଂ ସେଣ୍ଟରକୁ ଯାଇଥିଲି। ସେଠାରେ ଲୋକମାନେ ସର୍ଭିସ୍‌ ସେଣ୍ଟର କାଉଣ୍ଟରରୁ ଟଙ୍କା ଚୋରି କରିବା ନେଇ ମୋ ଉପରେ ଅଭିଯୋଗ ଆଣିବା ସହିତ ସର୍ଭିସ୍‌ ସେଣ୍ଟର ପଛକୁ ନେଇ ମୋତେ ରବର ବେଲଟ୍‌ରେ ପିଟିବା ସହିତ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ, ସେମାନେ ପେଚକସ୍‌ରେ ପେଟ୍ରୋଲ ଭର୍ତ୍ତି ଏକ କପଡ଼ା ଗୁଡ଼ାଇ ଜୋରଜବରଦସ୍ତ ମଳଦ୍ବାରରେ ପୂରାଇ ଦେଇଥିଲେ। ଯନ୍ତ୍ରଣାରେ ଚିତ୍କାର କରିଥିଲେ ହେଁ କେହି ମୋ କଥା ଶୁଣି ନଥିଲେ। ଏହି ଘଟଣାର ଭିଡିଓ ବୋଧ ହୁଏ କେହି କ୍ୟାମେରାରେ କୈଦ୍‌ କରି ନେଇଥିଲେ, ଯାହାପରେ ଏହା ଭାଇରାଲ ହୋଇଯାଇଛି।

Rajasthan: Screwdriver dipped in petrol inserted in Dalit man's anus. Sickening video goes viral https://www.indiatoday.in/

ମୋ ଦାଦା ପୁଅ ଭାଇକୁ ବି ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ପଶୁଭଳି ଦେଢ଼ଘଣ୍ଟା ଏଭଳି ଅତ୍ୟାଚାର କରିବା ପରେ ସେମାନେ ପଡ଼ିଶା ଘରେ ରହୁଥିବା ଅର୍ଜୁନ ସିଂହ, ଜେଠୁ ସିଂହଙ୍କୁ ଫୋନ୍‌ କରି ଆମକୁ ସେଠାରୁ ନେଇ ଯିବାକୁ କହିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଆମ ଦୁଇ ଭାଇଙ୍କୁ ସେଠାରୁ ଉଦ୍ଧାର କରି ତାନ୍ତବାସ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe