୨୦୨୫ ସୁଦ୍ଧା ବନ୍ଦ ହେବ ସମସ୍ତ ୪ଟି ମିଗ୍‌-୨୧ ସ୍କ୍ବାର୍ଡନ

Advertisment
୨୦୨୫ ସୁଦ୍ଧା ବନ୍ଦ ହେବ ସମସ୍ତ ୪ଟି ମିଗ୍‌-୨୧ ସ୍କ୍ବାର୍ଡନ

India Today

ନୂଆଦିଲ୍ଲୀ : ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ୪ଟି ଯାକ ମିଗ୍‌-୨୧ ସ୍କ୍ବାର୍ଡନକୁ ୨୦୨୫ ସୁଦ୍ଧା ବନ୍ଦ କରି ଦିଆଯିବ। ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍ବାର୍ଡନ ବନ୍ଦ ହେବାକୁ ଥିବାବେଳେ ଅବଶିଷ୍ଟ ୩ଟି ସ୍କ୍ବାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ। ତେବେ ଗତ ୨୮ ତାରିଖରେ ବାରମେରଠାରେ ହୋଇଥିବା ମିଗ୍‌-୨୧ ଦୁର୍ଘଟଣା ସହିତ ଏହି ନିଷ୍ପତ୍ତିର କୌଣସି ସଂପର୍କ ନାହିଁ। ମିଗ୍‌-୨୧ ବଦଳରେ ନୂଆ ଲଢ଼ୁଆ ବିମାନ ମୁତୟନ କରାଯିବ।

ଆସନ୍ତା ସେପ୍ଟେମ୍ବରରେ ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ବର ସ୍କ୍ବାର୍ଡନକୁ ବନ୍ଦ କରାଯିବ। ଏହି ସ୍କ୍ବାର୍ଡନ ସୋର୍ଡ ଆର୍ମସ ନାମରେ ମଧ୍ୟ ପରିଚିତ। ୨୦୧୯ ଫେବ୍ରୁଆରି ୨୭ରେ ଏଲଓସିରେ ଗୋଡ଼ାଗୋଡ଼ି ସମୟରେ ୱିଙ୍ଗ୍ କମାଣ୍ଡର (ବର୍ତ୍ତମାନ ଗ୍ରୁପ କ୍ୟାପଟେନ) ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍‌-୧୬ ବିମାନକୁ ତଳକୁ ଖସାଇଥିଲେ। ଅଭିନନ୍ଦନ ସେହି ସମୟରେ ୫୧ ନମ୍ବର ସ୍କ୍ବାର୍ଡନରେ କାର୍ଯ୍ୟ କରୁଥିଲେ। ଭାରତୀୟ ବାୟୁସେନାରେ ମିଗ-୨୧ ଦୀର୍ଘଦୀନ ହେଲା ସେବା ଯୋଗାଇ ଆସୁଛି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ମିଗ୍‌ ୨୧ ବିମାନର ଅନେକ ଦୁର୍ଘଟଣା ହୋଇଛି। ବାୟୁସେନା ୧୯୬୩ରେ ପ୍ରଥମ ସିଙ୍ଗଲ ଇଞ୍ଜିନ ମିଗ୍‌-୨୧ ଲଢ଼ୁଆ ବିମାନ ପାଇଥିଲା। ସୋଭିଏତ ରୁଷ୍‌ରୁ ଆସିଥିବା ଏହି ମିଗ୍‌-୨୧ ବିମାନ ମଧ୍ୟରୁ ୪୦୦ରୁ ଅଧିକ ବିମାନର ଦୁର୍ଘଟଣା ଇତିମଧ୍ୟରେ ହୋଇଛି। ଏଥିରେ ଗତ ୬ ଦଶନ୍ଧି ମଧ୍ୟରେ ପାଖାପାଖି ୨୦୦ ପାଇଲଟଙ୍କ ଜୀବନ ଯାଇଛି। ତେବେ ମିଗ-୨୧ ପରିବର୍ତ୍ତେ ବାୟୁସେନା ତେଜସ୍‌ର ବିଭିନ୍ନ ଭାରିଆଣ୍ଟ ସାମିଲ କରିବା ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe