ହରିୟାଣାରେ ଶିକ୍ଷୟିତ୍ରୀଙ୍କୁ ଗଳାକାଟି ହତ୍ୟା: ରାଜ୍ୟର ବିଭିନ୍ନ ସ୍ଥାନ‌ରେ ବିକ୍ଷୋଭ ପ୍ରଦର୍ଶନ

Advertisment

ହରିୟାଣାରେ ଜଣେ ୧୯-ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା। ରାଜ୍ୟର ବିଭିନ୍ନ ସ୍ଥାନ‌ରେ ବିକ୍ଷୋଭ ପ୍ରଦର୍ଶନ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଜାତୀୟ ମାନବାଧିକାର ଆୟୋଗ ହରିୟାଣା ଡିଜିପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ବିରୋଧୀ ।

ହରିୟାଣାରେ ଜଣେ ୧୯-ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା। ରାଜ୍ୟର ବିଭିନ୍ନ ସ୍ଥାନ‌ରେ ବିକ୍ଷୋଭ ପ୍ରଦର୍ଶନ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଜାତୀୟ ମାନବାଧିକାର ଆୟୋଗ ହରିୟାଣା ଡିଜିପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ବିରୋଧୀ ।

New Project (16) (1)

Photograph: (Sambad.in)

ନୂଆଦିଲ୍ଲୀ: ହରିୟାଣାରେ ଜଣେ ୧୯-ବର୍ଷୀୟା ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନ‌ରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ କଂଗ୍ରେସ, ଆମ ଆଦମୀ ପାର୍ଟି, ଆଇଏନ୍ଏଲଡି ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଥିବାବେଳେ ଜାତୀୟ ମାନବାଧିକାର ଆୟୋଗ ହରିୟାଣା ଡିଜିପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ପୁଲିସ  ନିଷ୍କ୍ରିୟତା ଯୋଗୁଁ ସେମାନଙ୍କ ଝିଅର ଜୀବନ ଗଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। 

ଘଟଣାରୁ ପ୍ରକାଶ ଯେ, ଭିୱାନୀର ସିଂଘାନୀ ଗାଁରେ ଜଣେ ପ୍ଲେ-ସ୍କୁଲ ଶିକ୍ଷୟିତ୍ରୀ ମନୀଷା ଗତ ୧୧ ତାରିଖରେ ତାଙ୍କ ସ୍କୁଲ ନିକଟବର୍ତ୍ତୀ ଏକ ନର୍ସିଂ କଲେଜକୁ ଯାଇ ଆଉ ଫେରି ନଥିଲେ। ପରିବାର ପକ୍ଷରୁ ଲୋହାରୁ ଥାନାରେ ଏନେଇ ଅଭିଯୋଗ କରାଯାଇଥିଲା। କିନ୍ତୁ ପୁଲିସ ତାଙ୍କ ଝିଅ ଘରୁ ରାଗିକି ଚାଲିଯାଇଥିବା ଏବଂ ଦୁଇ ଦିନ ପରେ ଫେରିଆସିବେ ବୋଲି କହି ଘଟଣାକୁ ହାଲୁକା ଭାବେ ନେଇଥିଲେ। ଏହାର ଦୁଇ ଦିନ ପରେ ମନୀଷାଙ୍କ ମୃତଦେହ ସିଂଘାନୀର ଏକ ପଡ଼ିଆରୁ ଉଦ୍ଧାର କରାଯାଇଥିଲା। ପୁଲିସ ମାମଲାରେ ତିନି ଜଣ ନିଶାସକ୍ତ ଲୋକଙ୍କୁ ସନ୍ଦେହକୁ ନେଇ ପଚରାଉଚରା କରୁଛି। 

ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସର ନିଷ୍କ୍ରିୟତା ଯୋଗୁଁ ମନୀଷାଙ୍କ ଜୀବନ ଗଲା ବୋଲି ଅଭିଯୋଗ ଆଣି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରବିବାର ଦିଲ୍ଲୀ-ପିଲାନୀ ରାସ୍ତା ଅବରୋଧ କରି ମନୀଷାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ସୋମବାର ଏହି ଘଟଣାକୁ ନେଇ ଗାଁରେ ମହାପଞ୍ଚାୟତ ମଧ୍ୟ ବସିଛି। ମହାପଞ୍ଚାୟତରେ ବିଜେପିର ପୂର୍ବତନ ମନ୍ତ୍ରୀ ଜେପି ଦଲାଲ ପୀଡ଼ିତାଙ୍କ ପରିବାରକୁ ଖୁବଶୀଘ୍ର ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି।  କିନ୍ତୁ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ସେମାନେ ଅଡ଼ି ବସିବା ସହ ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରିଥିଲେ। ପୁଲିସ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଭିୱାନୀ ଏସପିଙ୍କୁ ବଦଳି କରିବା ସହିତ ୫ ଜଣ ପୁଲିସକୁ ନିଲମ୍ବନ କରିଛନ୍ତି।

ପୁଲିସ ମାମଲା ରୁଜୁ କରିବାରେ ବିଳମ୍ବ କଲା ବୋଲି ସେମାନଙ୍କ ଝିଅର ଜୀବନ ଗଲା ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯିବା ସହିତ ଶବ ବ୍ୟବଚ୍ଛେଦ ପରେ ନେବାକୁ ମନା କରିଦେଇଛନ୍ତି। ସେମାନଙ୍କ ଝିଅର ହତ୍ୟାକାରୀ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ଶବ ନେବେ ନାହିଁ ବୋଲି ମନା କରିଦେଇଛନ୍ତି। ଶବ ବ୍ୟବଚ୍ଛେଦ ହୋଇଥିବା ଭିୱାନୀ ହସ୍ପିଟାଲରେ ଉତ୍ତେଜନା ଲାଗି ରହିଥିବାବେଳେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

haryana | protest | murder

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe