ସମସ୍ତେ ବଞ୍ଚିଛନ୍ତି ଆଉ ଭଲ ଅଛନ୍ତି; ଆକ୍ରମଣରେ କିଛି ନଷ୍ଟ ହୋଇ ନାହିଁ: ଜୈଶ୍‌-ଏ-ମହମ୍ମଦ

Advertisment
ସମସ୍ତେ ବଞ୍ଚିଛନ୍ତି ଆଉ ଭଲ ଅଛନ୍ତି; ଆକ୍ରମଣରେ କିଛି ନଷ୍ଟ ହୋଇ ନାହିଁ: ଜୈଶ୍‌-ଏ-ମହମ୍ମଦ

ଇସ୍‌ଲାମାବାଦ: ଜୈଶ୍‌-ଏ-ମହମ୍ମଦର କ୍ଷତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ମିଥ୍ୟ ଖବର ପ୍ରସାରଣ କରାଯାଉଛି ବୋଲି ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର କହିଛନ୍ତି। ସେ ଲେଖିଥିବା ସ୍ତମ୍ଭରେ କହିଛନ୍ତି: ସେମିତି କିଛି ହୋଇନାହିଁ। ସମସ୍ତେ ଜୀବିତ ଓ ଭଲ ଅଛନ୍ତି।

‘ସାଦି’ ଛଦ୍ମନାମ ଧରି ନିକଟ ଅତୀତରେ ଜୈଶ୍‌-ଏ-ମହମ୍ମଦ୍‌ର ସାପ୍ତାହିକ ଖବରକାଗଜ ଅଲ୍‌-କଲାମ୍‌ରେ ଲେଖିଥିବା ସ୍ତମ୍ଭରେ ଆଝାର ନିଜର ଶାରୀରିକ ସୁସ୍ଥତା ପ୍ରମାଣ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ତୀରନ୍ଦାଜ୍‌ ପ୍ରତିଯୋଗିତାକୁ ଆହ୍ଵାନ୍‌ କରିଛନ୍ତି।

ତାଙ୍କର ଓ ତାଙ୍କ ସଂଗଠନର ପରିସ୍ଥିତିକୁ ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଅମଳର ମୁସଲମାନଙ୍କ ସହ ତୁଳାନା କରି ଆଝାର କହିଛନ୍ତି ସେ ଓ ତାଙ୍କ ସମର୍ଥକମାନେ ଭଲ ଅଛନ୍ତି। ଆଝାର କହିଛନ୍ତି, ଆଦିଲ୍‌ ଅହମ୍ମଦ୍‌ ଦର୍‌ ଭଳି କଶ୍ମୀରୀମାନେ ଲଗାଇଥିବା ନିଆଁ ଏ ଭିତରେ ଲିଭିଯିବ ନାହିଁ। ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଝାର ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିଛନ୍ତି।

ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଆଝାର ସାଧାରଣତଃ କହିବାକୁ କୁଣ୍ଠା ପ୍ରକାଶ କରନ୍ତି। କିନ୍ତୁ, ଅପପ୍ରଚାର ଯୋଗୁଁ ସେ ନିଜ ଅବସ୍ଥା କଥା ଲେଖିବାକୁ ବାଧ୍ୟ ହୋଇଛନ୍ତି। ସେ ଲେଖିଛନ୍ତି: ମୁଁ ପୂରା ସୁସ୍ଥ ଅଛି। ମୋ ବୃକ୍କ ଓ ଯକୃତ ସମ୍ପୂର୍ଣ୍ଣ ଭଲ ଅଛି।

କୋରାନ୍‌ ପ୍ରେରିତ ଖାଦ୍ୟ ତାଙ୍କୁ ରକ୍ତଚାପ ଓ ମଧୁମେହ ଭଳି ଅସୁସ୍ଥତା କବଳରୁ ଉଦ୍ଧାର କରିଛି। ଚିନ୍ତାର କାରଣ ନାହିଁ ବୋଲି ତୀରନ୍ଦାଜୀ ଅଭ୍ୟାସ କରୁଥିବା ମାସୁଦ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ଠାରୁ ମୁଁ ଅଧିକ ସୁସ୍ଥ ଅଛି। ମୁଁ ତାଙ୍କ ଠାରୁ ଅଧିକ ସୁସ୍ଥ ଅଛି ବୋଲି ପ୍ରମାଣ କରାଇବାକୁ ତାଙ୍କୁ ତୀରନ୍ଦାଜୀ ଅଥବା ବନ୍ଧୁକ ଚାଳନା ପ୍ରତିଯୋଗିତାକୁ ଆହ୍ଵାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe