ସବୁ ପାଠ୍ୟକ୍ରମ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବା ଉଚିତ: ଭେଙ୍କୟା ନାଇଡୁ

Advertisment
ସବୁ ପାଠ୍ୟକ୍ରମ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବା ଉଚିତ: ଭେଙ୍କୟା ନାଇଡୁ

ଭୋପାଳ: ବୁଧବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଯେ ମେଡିସିନ୍‌ ଏବଂ ଇଞ୍ଜିନିୟରିଙ୍ଗ୍‌ ସମେତ ସମସ୍ତ ପାଠ୍ୟକ୍ରମ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବା ଉଚିତ।

ଭୋପାଳ ଅନ୍ତର୍ଗତ ଗୋଟିଏ ସାମ୍ବାଦିକତା ସ୍କୁଲ୍‌ରେ ନାଇଡୁ କହିଲେ: ଭାରତର ଉପରାଷ୍ଟ୍ରପତି ଏବଂ ଜଣେ ନାଗରିକ ଭାବେ ମୋର ମନେହୁଏ ଯେ ମେଡିସିନ୍‌ ଏବଂ ଇଞ୍ଜିନିୟରିଙ୍ଗ୍‌ ସମେତ ସମସ୍ତ ପାଠ୍ୟକ୍ରମ ଆଗାମୀ ଦିନରେ ହିନ୍ଦୀ କିଂବା ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବା ଉଚିତ।

ଏହି ପରିବର୍ତ୍ତନ ପାଇଁ ଇଚ୍ଛା ଏବଂ ମନୋଭାବ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି।

ମାତୃଭାଷା ମନର ଭାବନା ପ୍ରକାଶ କରିବା ସହଜ। ମୁଁ ଇଂରାଜୀ ଶିକ୍ଷାର ବିରୁଦ୍ଧାଚରଣ କରୁନାହିଁ, ଇଂରାଜୀ ଶିଖିବା ଉଚିତ। କିନ୍ତୁ, ତା’ ପୂର୍ବରୁ ଆମର ମାତୃଭାଷା, ସେ ହିନ୍ଦୀ, ତେଲୁଗୁ, ପଞ୍ଜାବି କି, ମରାଠୀ ହେଉ, ଶିଖିବା ଉଚିତ।

ମାତୃଭାଷା ଆଖି ହେଲେ, ଅନ୍ୟାନ୍ୟ ଭାଷା ସବୁ ହଳେ ଚଷମା। ଆଖି ଉପରେ ଚଷମା ପିନ୍ଧାଯାଏ, କିନ୍ତ ଆଖି ବିନା କିଛି ଦେଖାଯାଏ ନାହିଁ।
ସେମାନଙ୍କର ଭାଷାକୁ ଏଠାରେ ପ୍ରତିଷ୍ଠା କରିବାକୁ, ଚାକିରି ପାଇଁ ଇଂରାଜୀ ଶିକ୍ଷାକୁ ବାଧ୍ୟତାମୂଳକ କରିଥିଲେ।

ଯଦି ଭାରତୀୟ ଭାଷାରେ ଶିକ୍ଷାର ପ୍ରସାର ନ ଘଟେ, ଭବିଷ୍ୟତ ବଂଶଧରମାନେ ଆଉ ସେମାନଙ୍କ ମାତୃଭାଷା କହିବାକୁ ସମର୍ଥ ହେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe