Image Source: Hindustan Times
ନୂଆଦିଲ୍ଲୀ: ମେ ୩ ତାରିଖ ରାତି ୧୧: ୫୯ ଯାଏଁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ଟୁଇଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି।
ମେ ୩ ତାରିଖ ଯାଏଁ ସମଗ୍ର ଦେଶରେ ଲକ୍ଡାଉନ୍ର ସମୟସୀମା ପରିବର୍ଦ୍ଧିତ କରାଯିବା କଥା ଆଜି ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଦେଶରେ ଏବଂ ଦେଶ ବାହାରକୁ ଉଡ଼ାଣ ନିମନ୍ତେ ନିର୍ଦ୍ଧାରିତ ସମସ୍ତ ଏୟାର୍ଲାଇନ୍ର ବିମାନଗୁଡ଼ିକୁ ବାତିଲ କରିଛି।
ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏଁ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ।
Follow Us