Advertisment

ମହିଳା ଦିବସ ଅବସରରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ଚଳାଚଳ କଲା ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସ୍‌

Advertisment
ମହିଳା ଦିବସ ଅବସରରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ଚଳାଚଳ କଲା ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସ୍‌

ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସ୍‌ ଏବଂ ସିଏସ୍‌ଏମ୍‌ଟି-କଲ୍ୟାଣ ଲେଡିଜ୍‌ ସ୍ପେଶାଲ୍‌ ବୁଧବାର କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ଚଳାଚଳ କରିଛି।

ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସକୁ ଏସିଆର ପ୍ରଥମ ମହିଳା ଲୋକୋ-ପାଇଲଟ୍‌ ସୁରେଖା ଯାଦବ ଚଳାଇଥିଲେ, ଯେଉଁଥିରେ ସାୟାଲି ସାଓ୍ଵାର୍ଦ୍ଦେକର ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ଏବଂ ଲିନା ଫ୍ରାନ୍‌ସିସ୍‌ ଟ୍ରେନ୍‌ ମ୍ୟାନେଜର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଶ୍ରୀମତୀ ନୀତା, ରୁବିନା, ଶ୍ରୀମତୀ ବିନା, ଶ୍ରୀମତୀ ସୁରକ୍ଷା, ଶ୍ରୀମତୀ ରଞ୍ଜୁଷା ଏବଂ ଶ୍ରୀମତୀ ଜେନେ ନାମ୍ନୀ ୬ ଜଣ ମହିଳା ହେଡ୍‌ ଟ୍ରାଭେଲିଂ ଟିକେଟ୍‌ ପରୀକ୍ଷକ (ଟିଟିଇ)ଙ୍କ ଏକ ଟିମ୍‌ ଟ୍ରେନ୍‌ ଯାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ସହଯୋଗ କରିଥିଲେ। ଏହି ଟିମ୍‌ ଉଭୟ ଶ୍ରୀମତୀ ଜିଜି ଜନ୍‌ ଏବଂ ମୁଖ୍ୟ ଟିକେଟ୍‌ ଇନ୍‌ସପେକ୍ଟର/କଣ୍ଡକ୍ଟର ଦୀପା ବୈଦ୍ୟଙ୍କ ଅଧୀନରେ କାମ କରିଥିଲା।

publive-image

ସେହିପରି ଆଜି ସେଣ୍ଟ୍ରାଲ ଲାଇନରେ କଲ୍ୟାଣ ଲେଡିଜ୍‌ ସ୍ପେଶାଲ ସବଅର୍ବାନ ଲୋକାଲକୁ ଏସିଆର ପ୍ରଥମ ସବଅର୍ବାନ ମୋଟରଓମେନ ଦ୍ୱାରା ମୁମ୍ବାଇର ସେଣ୍ଟ୍ରାଲ ଲାଇନରେ ମହିଳା ସ୍ପେଶାଲ ଲୋକାଲ ଟ୍ରେନ ଭାବେ ପରିଚାଳିତ କରାଯାଇଥିଲା ଏବଂ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe