naxal identified Photograph: (Sambad )
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଗତ ୩ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ୫ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇପାରିନଥିଲା।
ଆଜି ସାଥୀ ନକ୍ସଲ ଏମାନଙ୍କୁ ଚିହ୍ନିଥିଲେ। ଏମାନେ ହେଲେ ପ୍ଲାଟୁନ ନମ୍ବର-୩୨ର ସଦସ୍ୟ ଦେବ ସିଂ, ଦିନେଶ, ସୁମତି ଓରଫ କମଳା, ସୁକମତି ଏବଂ ମହେଶ ଅରଫ ଲଚ୍ଛୁ। ଏମାନଙ୍କ ମଧ୍ୟରୁ ଦେବ, ଦିନେଶ, ସୁମତି ଏବଂ ସୁକମତି ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ଲଛୁ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ନକ୍ସଲ ରହିଥିବା ବେଳେ ୩ ଜଣ ପୁରୁଷ ନକ୍ସଲ। ଏଥିସହ ଘଟଣାସ୍ଥଳରୁ ଏକେ-୪୭ ଏବଂ ୨୦ ଜୀବନ୍ତ ଗୁଳି, ଏସଏଲଆର ଦୁଇଟି ଏବଂ ୩୫ଟି ଗୁଳି, ୮ଏମଏମ ରାଇଫଲ ଏବଂ ୭ଟି ଗୁଳି, ୧୨ ବୋଲ ରାଇଫଲ ସହ ବହୁ ସଂଖ୍ୟାରେ ବିସ୍ଫୋରକ ଏବଂ ଅନ୍ୟ ଦୈନନ୍ଦିନ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିବା କହିଛି।
Follow Us