ସମସ୍ତ ପାଞ୍ଚଟି ରାଫେଲ ଜେଟ୍‌ ୟୁଏଇର ଅଲ ଧଫ୍ରା ଏୟାରବେସରେ କଲା ନିରାପଦ ଅବତରଣ; ବୁଧବାର ସୁଦ୍ଧା ପହଞ୍ଚଯିିବ ଭାରତରେ

Advertisment
ସମସ୍ତ ପାଞ୍ଚଟି ରାଫେଲ ଜେଟ୍‌ ୟୁଏଇର ଅଲ ଧଫ୍ରା ଏୟାରବେସରେ କଲା ନିରାପଦ ଅବତରଣ; ବୁଧବାର ସୁଦ୍ଧା ପହଞ୍ଚଯିିବ ଭାରତରେ

ଦୁବାଇ/ ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିବା ୫ଟି ଲଢ଼ୁଆ ରାଫେଲ ଜେଟ ଦୀର୍ଘ ୭ ଘଣ୍ଟାର ଉଡାଣ ଭରିବା ପରେ ସନ୍ଧ୍ୟାରେ ଆସି ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଅଲ ଧଫ୍ରା ଏୟାରବେସରେ ନିରାପଦରେ ଅବତରଣ କରିଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କୁହାଯାଇଛି। ଏବଂ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏହି ୫ଟି ରାଫେଲ ଜେଟ ବୁଧବାର ସୁଦ୍ଧା ଆସି ଭାରତରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ସାତ ଘଣ୍ଟାରୁ ଅଧିକ ସମୟର ଉଡ଼ାଣ ଭରିବା ପରେ ଏହି ୫ଟି ରାଫେଲ ଜେଟ୍‌ ସଂଯୁକ୍ତ ରାଷ୍ଟ୍ରର ଅଲ ଧଫ୍ରା ଏୟାରବେସରେ ନିରାପଦରେ ଅବତରଣ କରିଛନ୍ତି। ସେଠାରୁ ଭାରତ ଅଭିମୁଖେ ୭,୦୦୦ କିଲୋମିଟର ଯାତ୍ରା ସମୟରେ ଯୁଦ୍ଧ ବିମାନ ରାଫେଲରେ ଏୟାର-ଟୁ-ଏୟାର ରିଫିଲିଂ କରାଯିବ।

publive-image

ଜୁଲାଇ ୨୯ରେ ଭାରତରେ ପହଞ୍ଚିବା ପରେ ଏହି ଯୁଦ୍ଧ ବିମାନ ସବୁକୁ ଆନୁଷ୍ଠାନିକ ଭାବେ ହରିୟାଣାର ଅମ୍ବାଲାସ୍ଥିତ ଏୟାର ଫୋର୍ସ ସ୍କାର୍ଡନରେ ଭର୍ତ୍ତି କରାଯିବ। ଫ୍ରାନ୍‌ସର ଦାସଲ୍‌ଟ ଆଭିଏସନ୍‌ ଦ୍ୱାରା ନିର୍ମିିତ ରାଫାଲ୍‌ ଜେଟ୍‌ ହେଉଛି ଟ୍‌ୱିନ୍‌-ଇଞ୍ଜିନ ମଲ୍‌ଟି ରୋଲ୍‌ ଯୁଦ୍ଧ ବିମାନ। ଏଗୁଡ଼ିକ ଆଣବିକ-ସକ୍ଷମ ଏବଂ ଉଭୟ ବାୟୁ-ବାୟୁ ଏବଂ ବାୟୁ-ସ୍ଥଳ ଆକ୍ରମଣରେ ଜଡିତ ହୋଇପାରନ୍ତି।

ସଂପ୍ରତି ପଡ଼ୋଶୀ ଚୀନ୍‌ ଭାରତ ସହ ସୀମା ବିବାଦ ଆରମ୍ଭ କରି ସୀମାନ୍ତ ଅତିକ୍ରମ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଥିବା ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏହି ପାଞ୍ଚଟି ରାଫେଲ ଜେଟ୍‌କୁ ପୂର୍ବ ଲଦାଖର ଭାରତ-ଚୀନ୍‌ ସୀମାରେ ନିୟୋଜିତ କରାଯିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe