୨୦୨୭ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଖେଳିବେ ଭାରତ-ପାକ୍

ଆଇସିସିର ନିଷ୍ପତ୍ତି ଅନୁଯାୟୀ ଅନୁଯାୟୀ ୨୦୨୭ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସବୁ ଆଇସିସି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ସିରିଜ ଖେଳାଯିବ ।

icc

ମୁମ୍ବାଇ: ପାକିସ୍ତାନରେ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହୋଇଛି। ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବା ପରେ ଏହି ଅଚଳାବସ୍ଥା ଲାଗି ରହିଥିଲା । ତେବେ ବ୍ୟାପକ ଆଲୋଚନା ପରେ ଅଚଳାବସ୍ଥାର ଅବସାନ ହୋଇଛି ଓ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସେପଟେ ପାକିସ୍ତାନକୁ ମନାଇବାକୁ ଆଇସିସି ଏକ ଲୋଭନୀୟ ଅଫର ଦେଇଛି । ଏହି ଅଫର ଅନୁଯାୟୀ ୨୦୨୭ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସବୁ ଆଇସିସି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ସିରିଜ ଖେଳାଯିବ ।

ଏନେଇ ଆଇସିସି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଆଇସିସିର ଏହି ନିଷ୍ପତ୍ତି ପରେ ଏବେ କିଛି ଦିନ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ।

ଆଇସିସି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ୨୦୨୪ରୁ ୨୦୨୭ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଭାରତ ଓ ପାକିସ୍ତାନ ନିରପେକ୍ଷ ଭେନ୍ୟୁରେ ଖେଳିବେ। ଅର୍ଥାତ୍ ଭାରତରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ।

ଆଇସିସି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ୨୦୨୪ରୁ ୨୦୨୭ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଭାରତ ଓ ପାକିସ୍ତାନ ନିରପେକ୍ଷ ଭେନ୍ୟୁରେ ଖେଳିବେ। ଅର୍ଥାତ୍ ଭାରତରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ। ୨୦୨୪-୨୦୨୭ ମଧ୍ୟରେ ଆଇସିସି ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦେଶ ଆୟୋଜନ କରିଥିବା ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳାଯିବ ବୋଲି ଆଇସିସି ବୋର୍ଡ ଗୁରୁବାର ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe