ଫିଲ୍ମ ସଂଗଠନ ଓ ହିନ୍ଦୀ ଫିଲ୍ମରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଲା ଏଆଇସିଡବ୍ଲୁଏ

Advertisment
ଫିଲ୍ମ ସଂଗଠନ ଓ ହିନ୍ଦୀ ଫିଲ୍ମରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଲା ଏଆଇସିଡବ୍ଲୁଏ

ମୁମ୍ବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହେବା ପରେ ସିନେମା ଇଣ୍ଡଷ୍ଟ୍ରିରେ ପାକିସ୍ତାନ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି। ସୋମବାର ଏକ ପତ୍ର ଜାରି କରି ‘ଅଲ ଇଣ୍ଡିଆ ସିନେ ଓ୍ଵାକର୍ସ ଆସୋସିଏସ୍‌ନ୍‌’ ସିନେମାରେ କାମ କରୁଥିବା ସମସ୍ତ ପାକିସ୍ତାନୀ ଅଭିନେତା ଓ କଳାକାରଙ୍କ ଉପରେ ପ୍ରତିବନ୍ଧ ଲାଗାଇଛି। ସେହିପରି ପାକିସ୍ତାନ କଳାକାରଙ୍କ ସହିତ କାମ କରୁଥିବା ସଙ୍ଗଠନ ଉପରେ ବି ପ୍ରତିବନ୍ଧର ଘୋଷଣା କରାଯାଇଛି। ପାକିସ୍ତାନୀ କଳାକାରମାନଙ୍କ ମଧ୍ୟରେ ରହିଛନ୍ତି ଆତିଫ ଅସଲମ୍‌, ରାହତ ଫତେ ଅଲି ଖାନ୍‌ , ଫବାଦ୍‌ ଖାନ୍‌, ମାହିରା ଖାନ୍‌, ମାୱରା ହକେନ୍‌, ଅଲି ଜଫର, ଇମରାନ୍‌ ଅବ୍ଦାସ ପ୍ରମୁଖ।

publive-image

ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଅଧିକାରୀ ଏହି ପ୍ରତିବନ୍ଧକ ସତ୍ତ୍ୱେ ଯଦି କୌଣସି ସଙ୍ଗଠନ ପାକିସ୍ତାନ ସହିତ କାମ କରିବ ନେଇ ଜୋର ଦିଅନ୍ତି, ତେବେ ଏଆଇସିଡବ୍ଲୁଏ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜାରି ହୋଇଥିବା ଏହି ପତ୍ରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି।

publive-image

ଅନ୍ୟପକ୍ଷରେ ବଲିଉଡ୍‌ରେ କଳାକାର ଟୁଇଟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ବିରୋଧ କରି ଗତକାଲି ବଲିଉଡର ୨୪ଟି ଫିଲ୍ମ ସଂଗଠନ ଗୋରେଗାଓଁସ୍ଥିତ ଫିଲ୍ମସିଟିରେ ବିରୋଧ ପ୍ରଦର୍ଶନ କରିଛି। ଏହି ସଂଗଠନମାନଙ୍କରେ ଫେଡେରେଶନ୍‌ ଅଫ୍‌ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍‌(ଏଫ୍‌ଡବ୍ଲୁଆଇସିଇ) ଓ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏଶନ୍‌(ଆଇଏଫଟିଡିଏ) ସାମିଲ ଅଛି।

ଏଥିସହ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏଶନ୍‌ର ଅଧ୍ୟକ୍ଷ ଅଶୋକ ପଣ୍ଟିତ କହନ୍ତି, ଭାରତର କୌଣସି ମ୍ୟୁଜିକ୍‌ କମ୍ପାନୀ ପାକିସ୍ତାନୀ ଗାୟକଙ୍କ ସହ କାମ କରିବ ନାହିଁ ବୋଲି । ଫିଲ୍ମ ସଂଗଠନ ନବଜୋତ ସିଂହ ସିଦ୍ଧୁଙ୍କୁ ମଧ୍ୟ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe