ଟୋକିଓ: ଜାପାନରେ ବଦମାସ୍ ପାକିସ୍ତାନର ମୁଖା ଖୋଲୁଛି ଭାରତ । ପାକିସ୍ତାନର ଆତଙ୍କୀ ଲିଙ୍କ ଏବଂ କେମିତି ପାକିସ୍ତାନ ଆତଙ୍କବାଦୀଙ୍କୁ ଖାଦ୍ୟ ପାଣି ଦେଇ ନିଜ ମାଟିରେ ପାଳିଛି ସେନେଇ ପୂରା ତଥ୍ୟ ଜାପାନ ସରକାର ସମେତ ନେତାମନ୍ତ୍ରୀଙ୍କୁ ଅବଗତ କରୁଛନ୍ତି ଭାରତୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ । ଦୁଇ ଦିନ ହେବ ଜାପାନରେ ଆତଙ୍କବାଦ ବିରୋଧରେ ଆଲୋଚନା ଚାଲିଥିବା ବେଳେ ଅପରେସନ ସିନ୍ଦୂରର ସଫଳତା ଏବଂ ସେନାର ସାହସ କଥା ବଖାଣୁଛନ୍ତି ଭାରତୀୟ ସାଂସଦ ମାନେ ।
#WATCH | Japan: The all-party delegation led by JD(U) MP Sanjay Kumar Jha meets Minoru Kihara, Former Defense Minister of Japan and Shinako Tsuchiya, Director General of the International Bureau, LDP at LDP Headquarters in Tokyo. pic.twitter.com/MoID2FqIWa
— ANI (@ANI) May 23, 2025
ଆଜି ଟୋକିଓରେ ଜେଡିୟୁ ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବରେ ଜାପାନ ଗସ୍ତରେ ଥିବା ପ୍ରତିନିଧି ମଣ୍ଡଳୀ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଆତଙ୍କବାଦ ବିରୋଧରେ ସ୍ବର ଉଠାଇବାକୁ ଏବେ ସମୟ ଆସି ଯାଇଛି ବୋଲି କହିଛନ୍ତି । ପାକିସ୍ତାନକୁ କୂଟନୈତିକ ସ୍ତରରେ ଘେରିବାକୁ ବିଦେଶ ବୁଲୁଥିବା ଏହି ଟିମରେ ଅଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଟୋକିଏରେ ହେଉଥିବା ଆଲୋଚନାରେ ସେ ଥିବାର ଦେଖାଯାଇଛି ।
ଅଧିକ ପଢନ୍ତୁ-
ତେବେ ଗତ ୨୧ ତାରିଖରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ମଞ୍ଚରେ ପାକିସ୍ତାନର ପୋଲ୍ ଖୋଲିବାକୁ ବିଦେଶଗସ୍ତ କରିଛନ୍ତି । ଜେଡିୟୁ ସାଂସଦ ସଞ୍ଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ବୁଧବାର ବିଦେଶ ଗସ୍ତ କରିଥିଲେ । ସଞ୍ଜୟ ଝାଙ୍କ ନେତୃତ୍ବରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛି । ଏହି ଟିମରେ ସାଂସଦ ଅପରାଜିତା ଷଡଙ୍ଗୀ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପରି ସାଂସଦ ରହିଛନ୍ତି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏକ ପ୍ରତିନିଧି ଦଳର ନେତୃତ୍ବ ନେଉଛନ୍ତି ।
#WATCH | Tokyo, Japan: The all-party delegation led by JD(U) MP Sanjay Kumar Jha meets with Yasuhiro Hanashi, Acting Chairperson of the Research Commission on Public Security, Counter-Terrorism, and Anti-Cybercrime Measures of Liberal Democratic Party (LDP) and Former Minister of… pic.twitter.com/SFGHRsewzc
— ANI (@ANI) May 23, 2025