ଶ୍ରୀଲଙ୍କା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ: ଅଭୂତପୂର୍ବ ସଙ୍କଟ, ଭାରତ ଚିନ୍ତିତ

Advertisment
ଶ୍ରୀଲଙ୍କା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ: ଅଭୂତପୂର୍ବ ସଙ୍କଟ, ଭାରତ ଚିନ୍ତିତ

ନୂଆଦିଲ୍ଲୀ : ଶ୍ରୀଲଙ୍କା ସଙ୍କଟ ନେଇ ଭାରତ ସରକାର ଆଜି ଏକ ସର୍ବଦଳୀୟ ବୈଠକ କରିଛନ୍ତି। ତାମିଲନାଡ଼ୁର ବିଭିନ୍ନ ଦଳମାନଙ୍କ ଅନୁରୋଧକ୍ରମେ ଆଜି ସର୍ବଦଳୀୟ ବୈଠକ ହୋଇଛି। ବୈଠକରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଶ୍ରୀଲଙ୍କା ସଙ୍କଟ ସଂକ୍ରାନ୍ତରେ ବୟାନ ରଖିଥିଲେ। ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କାରେ ଅତି ସାଂଘାତିକ ଓ ଅଭୂତପୂର୍ବ ସଙ୍କଟ ଉପୁଜିଛି। ଭାରତ ଏଥିରେ ଚିନ୍ତା ପ୍ରକଟ କରିବା ସ୍ବାଭାବିକ। ତେବେ ଭାରତରେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବା କଥାକୁ ଜୟଶଙ୍କର ଖଣ୍ଡନ କରିଛନ୍ତି।

ସର୍ବଦଳୀୟ ‌ବୈଠକରେ କଂ‌ଗ୍ରେସ ନେତା ପି ଚିଦମ୍ବରମ, ଏନ୍‌ସିପି ନେତା ଶରଦ ପାୱାର, ଡିଏମ୍‌କେ ନେତା ଏମ୍ ଏମ୍‌ ଅବଦୁଲ୍ଲା, ଟି.ଆର. ବାଲୁ, ଏଆଇଏଡିଏମ୍‌କେ ନେତା ଏମ୍‌ ଥମ୍ବିଦୁରାଇ, ଟିଏମ୍‌ସି ନେତା ସୌଗତ ରାୟ, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା, ଆମ୍‌ ଆଦମୀ ପାର୍ଟି ନେତା ସଂଜୟ ସିଂହ, ଟିଆରଏସ୍‌ ନେତା କେଶବ ରାଓ, ବିଏସପି ନେତା ରିତେଶ ପାଣ୍ଡେ, ୱାଇଏସ୍‌ଆରସିପିର ବିଜୟସାଇ ରେଡ୍ଡି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କାରେ ଯେଉଁ ସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଅପ୍ରତ୍ୟାଶିତ। ଶ୍ରୀଲଙ୍କାରେ ଯେଉଁ ପରିଣାମ ଆସିବ ତାହାକୁ ନେଇ ଭାରତ ସତର୍କତାର ସହ ପଦକ୍ଷେପ ନେବ। ଭାରତ ଶ୍ରୀଲଙ୍କାକୁ ୩.୮ ବିଲିଅନ ଡଲାରର ସହାୟତା ପ୍ରଦାନ କରିଛି ବୋଲି ଏହି ଅବସରରେ ଜୟଶଙ୍କର ସୂଚନା ଦେଇଛନ୍ତି। ଅନ୍ୟ କୌଣସି ରାଷ୍ଟ୍ର ଶ୍ରୀଲଙ୍କାକୁ ଏଭଳି ସହଯୋଗ ପ୍ରଦାନ କରିନାହାନ୍ତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe