ସର୍ବଦଳୀୟ ବୈଠକ‌: ସୀମା ପୁନଃ ନିର୍ଦ୍ଧାରଣକୁ ପ୍ରତ୍ୟାଖ୍ୟାନ କଲେ ଷ୍ଟାଲିନ

ସୀମା ପୁନଃନିର୍ଦ୍ଧାରଣ ଏବଂ ହିନ୍ଦୀ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ବିରୋଧ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ  ଆଜି ଏକ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଷ୍ଟାଲିନ୍‌ ୨୦୨୬ରେ ହେବାକୁ...

cbcb

ଚେନ୍ନାଇ: ସୀମା ପୁନଃନିର୍ଦ୍ଧାରଣ ଏବଂ ହିନ୍ଦୀ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ବିରୋଧ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ  ଆଜି ଏକ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଷ୍ଟାଲିନ୍‌ ୨୦୨୬ରେ ହେବାକୁ ଥିବା ସଂସଦୀୟ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।  ସୀମା ପୁନଃନିର୍ଦ୍ଧାରଣ ତାମିଲନାଡ଼ୁକୁ ଦୁର୍ବଳ କରିଦେବ ଏବଂ ଏହା ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଜି ଚେନ୍ନାଇରେ  ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହୀତ କରାଯାଇଥିବା ଏକ ପ୍ରସ୍ତାବରେ କୁହାଯାଇଛି।

୩୦ ବର୍ଷ ପାଇଁ ଲୋକସଭା ଆସନରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି

ଡିଏମ୍‌କେ, ଏଆଇଏଡିଏମ୍‌କେ, କଂଗ୍ରେସ ସମେତ କମ୍ୟୁନିଷ୍ଟ୍‌ ଦଳଗୁଡ଼ିକ ଏହି ବୈଠକରେ ସାମିଲ ହୋଇଥିଲେ। ବିଜେପି ଏହି ବୈଠକକୁ ବର୍ଜନ କରିଛି। ଷ୍ଟାଲିନ କହିଛନ୍ତି, ୩୦ ବର୍ଷ ପାଇଁ ଲୋକସଭା ଆସନରେ ସ୍ଥିତାବସ୍ଥା ବଜାୟ ରହୁ। ୨୦୨୬ରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ୧୯୭୧ ଜନଗଣନା ଆଧାରରେ କରାଯାଉ ଏବଂ ଏହି ପ୍ରକ୍ରିୟା ୩ ଦଶନ୍ଧି ପର୍ଯ୍ୟନ୍ତ ବଜାୟ ରହିବା ଆବଶ୍ୟକ ବୋଲି ଷ୍ଟାଲିନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe