ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁସାରେ ଆମ ସୌର ମଣ୍ଡଳରେ ଆଠଟି ଗ୍ରହ ରହିଛି । ସେଗୁଡ଼ିକ ହେଲା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ, ନେପଚୁନ । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ମଧ୍ୟରେ ସୀରୀସ, ପ୍ଲୁଟୋ, ଏରିସ ରହିଛି । ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏକ ଫଟୋ ସେୟାର କରିଛି। ଏହି ଫଟୋରେ ଏକ ଦୁର୍ଲଭ ଘଟଣା ଦେଖିବାକୁ ମିଳୁଛି।

ଫଟୋରେ ଆମର ସୌରମଣ୍ଡଳର ସମସ୍ତ ଗ୍ରହ ପୃଥିବୀରୁ ଏକାଠି ଦେଖିବାକୁ ମିଳୁଛି। ଏହାକୁ ଇଂରାଜୀରେ ‘ଗ୍ରହ ପ‌ରେଡ’ ବୋଲି କୁହାଯାଇଥାଏ। ଏଥିରେ ସୌରମଣ୍ଡଳର ପାଞ୍ଚ ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନିକୁ ଏକାସଙ୍ଗରେ ଦେଖିବାକୁ ମିଳୁଛି । ତେବେ ଏହାର ସବୁଠାରୁ ଅଧିକ ବିଶେଷତ୍ବ ହେଉଛି ଏହାକୁ ଖାଲି ଆଖିରେ ବି ଦେଖାଯାଇ ପାରିଛି।

ଏହି ଦୃଶ୍ୟକୁ ନାସା ଏଷ୍ଟ୍ରୋନାମି ପିକଚର ଅଫ ଦ ଡେ ଭାବେ ସେୟାର କରିଛି। ଜାନୁଆରି ୨ ତାରିଖରେ ପୋଷ୍ଟ ହୋଇଥିବା ଏହି ସୂର୍ଯ୍ୟାସ୍ତ ପରର ଗ୍ରହ ପ‌ରେଡର ଫଟୋରେ ବୃହସ୍ପତି, ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଭଳି ଗ୍ରହମାନଙ୍କ ଏକ ବିସ୍ତୃତ ଶୃଙ୍ଖଳାକୁ ସନ୍ଧ୍ୟାରେ ଏକ ବାଇଗଣୀ ରଙ୍ଗର ଆକାଶରେ ଦେଖିବାକୁ ମିଳିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଏହାକୁ ଖଗୋଲୀୟଶାସ୍ତ୍ରୀ ଓ ଫଟୋଗ୍ରାଫର Tunc Tezel ୨୦୨୨ ଡିସେମ୍ବରରେ ଉଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe