ଦିଲ୍ଲୀରେ ଓଡ଼ିଆ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର

Advertisment
ଦିଲ୍ଲୀରେ ଓଡ଼ିଆ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର

NewsX

ନୂଆଦିଲ୍ଲୀ : ଦିଲ୍ଲୀରେ ଲୋକସଭାର ୭ଟି ଆସନ ପାଇଁ ଆସନ୍ତାକାଲି (ରବିବାର) ନିର୍ବାଚନ ହେବାକୁ ଥିବା ବେଳେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ୍) ଓଡ଼ିଆ ଭୋଟର୍‌ଙ୍କ ସମର୍ଥନ ହାସଲ କରିବା ଜୋର୍‌ଦାର ପ୍ରୟାସ କରିଛନ୍ତି। ଦିଲ୍ଲୀରେ ଲକ୍ଷାଧିକ ଓଡ଼ିଆ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୨୦ ହଜାର ଭୋଟର୍‌ ଥିବା ଜଣାପଡ଼ିଛି। ଓଡ଼ିଆ ଭୋଟରମାନେ ବିଶେଷଭାବେ ‌ହଜ୍‌ଖାସ, ମୁନିରିକା, ସାକେତ, ମାଲବ୍ୟନଗର, ଶାହପୁରଜାଟ୍, କଟଵାରିଆସରାଏ, ବେରସରାଏ, ଲାଡୁସରାଏ, ଜିଆସରାଏ, ଜେଏନ୍‌ୟୁ କ୍ୟାମ୍ପସ୍, ସଙ୍ଗମ ବିହାର, ପାଲମ୍‌ ଆଦି ସ୍ଥାନରେ ରହୁଛନ୍ତି।

ଦିଲ୍ଲୀରେ ଏଥର ତ୍ରିକୋଣୀୟ ମୁକାବିଲା ହେବାକୁ ଥିବାରୁ ଓଡ଼ିଆ ଭୋଟରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି। ଦିଲ୍ଲୀର ‘ମିନି ଓଡ଼ିଶା’ ରୂପେ ପରିଚିତ କଟଵରିୟା ସରାଏରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର କରିଥିଲେ। ଦିଲ୍ଲୀର ଦୁଇ ପ୍ରମୁଖ ଜଗନ୍ନାଥ ମନ୍ଦିର ହଜ୍‌ଖାସ ଓ ତ୍ୟାଗରାଜ ନଗରକୁ ତିନି ରାଜନୈତିକ ଦଳର ନେତାମାନେ ଆସି ଓଡ଼ିଆ ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଭୋଟଦାନ ପାଇଁ ଅନୁରୋଧ କରିଥିଲେ। କେବଳ ପ୍ରତିଷ୍ଠିତ ମନ୍ଦିର ନୁହେଁ ଓଡ଼ିଆ ସାମାଜିକ ଓ ସାଂସ୍କୃତି ସଂଗଠନର ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ ହୋଇଥିଲା। ଓଡ଼ିଆ ଭୋଟରମାନେ ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ପାଇଁ କିଭଳି ଉଚିତ୍ ବ୍ୟବସ୍ଥା ହେବ ସେନେଇ ବିଭିନ୍ନ ଦଳର ନେତାଙ୍କଠାରୁ ପ୍ରତିଶ୍ରୁତି ଲୋଡ଼ିଛନ୍ତି। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଆଙ୍କ ପାଇଁ ଦିଲ୍ଲୀରେ ସେଭଳି କିଛି କାର୍ଯ୍ୟ ହୋଇନଥିବା ଅନେକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe