ବାୟୁସେନା ପ୍ରଶଂସାରେ ଶତମୁଖ

Advertisment
ପ୍ରତିରକ୍ଷା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ବାଲେଶ୍ୱର ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ!

A Mirage-2000 fighter jet takes off from the closed-off section of Sun Yat-sen freeway at Chang-hua county in central Taiwan May 15, 2007. Taiwan is staging a series of live-fire military exercises this week aimed at demonstrating how the island's armed forces would fight off an attack from arch rival China, the Defence Ministry said. The fighter jets were practising for the possibility that air bases were knocked out by enemy attacks forcing jets to refuel and re-equip elsewhere. This is the second stage of the annual Han Kuang -- or Chinese Glory-- exercise. REUTERS/Claro Cortes IV (TAIWAN) - GM1DVGKZBHAA

– ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି
ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପାଇଁ ଭାରତୀୟ ବାୟୁସେନାକୁ ଅଭିବାଦନ
– ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଭାରତୀୟ ବାୟୁ ସେନା ବା ଆଇଏଏଫ ଅର୍ଥ ଭାରତର ଆଶ୍ଚର୍ଯ୍ୟଜନକ ଯୋଦ୍ଧା ବା ଇଣ୍ଡିଆ’ସ୍ ଆମେଜିଂ ଫାଇଟର୍ସ
– ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି
ଆଜିର ଦୃଢ଼ ପଦକ୍ଷେପ ନୂଆ ଭାରତର ଇଚ୍ଛାଶକ୍ତି ଓ ସଂକଳ୍ପକୁ ଦର୍ଶାଉଛି। ନୂଆ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ପୃଷ୍ଠ‌ପୋଷକଙ୍କ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ।
– ଅସଦୁଦ୍ଦିନ ଅୱେସି, ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦର ଏମପି
ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ଅୱେସି ପ୍ରଶଂସା କରିଛନ୍ତି। ଏଥିସହିତ ଯେକୌଣସି ପ୍ରତିଆକ୍ରମଣକୁ ପ୍ରତିହତ କରିବା ଲାଗି ଭାରତୀୟ ପ୍ରତିରକ୍ଷା ବାହିନୀ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଅୱେସି କହିଛନ୍ତି।
ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଆମକୁ ଗର୍ବିତ କରିଥିବା ଭାରତୀୟ ବାୟୁସେନାର ସାହସିକତାକୁ ମୁଁ ସାଲ୍ୟୁଟ କରୁଛି।
– ସୁଷମା ସ୍ବରାଜ, ବୈଦେଶିକ ମନ୍ତ୍ରୀ
ଆମର ଲଢ଼େଇ ପାକିସ୍ତାନ ବିରୋଧରେ ନୁହେଁ, ଆତଙ୍କବାଦ ବିରୋଧରେ।
– ନବଜୋତ ସିଂହ ସିଦ୍ଧୁ,
ପୂର୍ବତନ କ୍ରିକେଟର ତଥା ପଞ୍ଜାବ ମନ୍ତ୍ରୀ
ଠିକ୍ ଓ ଭୁଲ ଲଢ଼େଇରେ ନିରପେକ୍ଷ ରହି ହେବନାହିଁ। ଭାରତର ବାୟୁସେନାକୁ ଅଭିନନ୍ଦନ ଏବଂ ଜୟ ହିନ୍ଦ୍।
– ଯୋଗୀ ଆଦିତ୍ୟନାଥ,
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ
ଯେଉଁ ବେଗରେ ପୁଲୱାମା ଆକ୍ରମଣର ଆତଙ୍କବାଦୀଙ୍କୁ ମରାଗଲା ତାହା ମୋଦୀଙ୍କ ନେତୃତ୍ବ ଯୋଗୁ ସମ୍ଭବ ହେଲା
– ସୁମିତ୍ରା ମହାଜନ, ବାଚସ୍ପତି, ଲୋକସଭା
ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ଲୋକସଭା ବାଚସ୍ପତି ଢେର୍ ପ୍ରଶଂସା କରିଛନ୍ତି। ସେ ଭାରତୀୟ ବାୟୁସେନାର ଏହି କାର୍ଯ୍ୟକୁ ହନୁମାନର ଲଙ୍କା ଦହନ କରି ଫେରିବା ଭଳି ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ବାୟୁସେନା ହନୁମାନ ଭଳି ସାହସିକତା ପ୍ରଦର୍ଶନ କରିଛି ବୋଲି ବାଚସ୍ପତି କହିଛନ୍ତି।
– ଆରଏସ୍ଏସ୍‌
ଭାରତୀୟ ବାୟୁସେନା କରିଥିବା କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ଆଜି ସରକାର ଓ ବାୟୁସେନାକୁ ଅଭିନନ୍ଦନ ଜଣାଇଛି। ଭାରତୀୟମାନଙ୍କ କ୍ରୋଧକୁ ବାୟୁସେନା କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି ଆରଏସଏସର ସାଧାରଣ ସମ୍ପାଦକ ସୁରେଶ ଯୋଶୀ କହିଛନ୍ତି। ଏହି ଆକ୍ରମଣ ଦ୍ବାରା ପାକିସ୍ତାନର ସାଧାରଣ ନାଗରିକ ଓ ସେନାର କୌଣସି କ୍ଷତି ନକରିବା ଘଟଣାକୁ ସେ ଭାରତୀୟ ପରମ୍ପରାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe