ନନ୍ଦିଗ୍ରାମରେ ବ୍ୟବହୃତ ଇଭିଏମ୍‌ ସହ ସମସ୍ତ ରେକର୍ଡ ସୁରକ୍ଷିତ ରହିବ: ହାଇକୋର୍ଟ

Advertisment
ବାଣ ବିକ୍ରି, ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ କଲିକତା ହାଇକୋର୍ଟ

Bharat Times

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ସମେତ ମତଦାନ ସହ ସମ୍ପର୍କିତ ସମସ୍ତ ରେକର୍ଡ, କାଗଜପତ୍ର, ଭିଡିଓ ରେକର୍ଡି ଆଦି ସୁରକ୍ଷିତ ରଖାଯିବ। ନନ୍ଦିଗ୍ରାମ ଆସନରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ମମତାଙ୍କ ଆବେଦନକୁ ବୈଧ ଘୋଷଣା କରି ଶୁଭେନ୍ଦୁ ଅଧିକାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଆବେଦନର ଶୁଣାଣି କରି ବିଚାରପତି ଶମ୍ପା ସରକାରଙ୍କ ଖଣ୍ଡପୀଠ ମତଦାନ ବେଳେ ବ୍ୟବହୃତ ଇଭିଏମ୍‌ ସହ ସମସ୍ତ ରେକର୍ଡପତ୍ର ସୁରକ୍ଷିତ ରଖିବାକୁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe