ସୁଲଭ ଔଷଧ, ଚିକିତ୍ସା ଉପକରଣ ପ୍ରସଙ୍ଗରେ ସବୁ ରାଜ୍ୟ ବିଫଳ

Advertisment

ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ରାଜ୍ୟ ସରକାରମାନେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ମୂଲ୍ୟର ଔଷଧ, ବିଶେଷକରି ଅତ୍ୟାବଶ୍ୟକ ଔଷଧ...

ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ରାଜ୍ୟ ସରକାରମାନେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ମୂଲ୍ୟର ଔଷଧ, ବିଶେଷକରି ଅତ୍ୟାବଶ୍ୟକ ଔଷଧ...

hffhbvg

ନୂଆଦିଲ୍ଲୀ: ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ରାଜ୍ୟ ସରକାରମାନେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ମୂଲ୍ୟର ଔଷଧ, ବିଶେଷକରି ଅତ୍ୟାବଶ୍ୟକ ଔଷଧ ଆଦି କ୍ଷେତ୍ରରେ ରାଜ୍ୟଗୁଡ଼ିକ ବିଫଳ ହୋଇଥିବାରୁ ଏହା ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରୋତ୍ସାହିତ କରିଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଏନ୍‌କେ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଯୁକ୍ତି ବାଢ଼ିଥିଲେ ଯେ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀ ଓ ସେମାନଙ୍କ ପରିବାରକୁ ଆଭ୍ୟନ୍ତରୀଣ ଔଷଧ ଦୋକାନରୁ ଔଷଧ, ପ୍ରତିରୋପଣ ଓ ଅନ୍ୟାନ୍ୟ ଚିକିତ୍ସା ସେବା ସାମଗ୍ରୀ କିଣିବାକୁ ବାଧ୍ୟ କରୁଛନ୍ତି। ରୋଗୀଙ୍କୁ କେବଳ ଡାକ୍ତରଖାନା ଔଷଧ ଦୋକାନରୁ କିଣିବାକୁ ବାଧ୍ୟ ନ କରିବାକୁ ଘରୋଇ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ଜନସ୍ବାର୍ଥ ମାମଲାରେ ଦାବି କରାଯାଇଥିଲା ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ନିୟାମକ ଓ ସଂଶୋଧନ ମୂଳକ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା।

ଅଦାଲତ କହିଛନ୍ତି ଯେ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ରାଜ୍ୟଗୁଡ଼ିକର କର୍ତ୍ତବ୍ୟ। କେତେକ ରାଜ୍ୟ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବାରେ ସକ୍ଷମ ନୁହନ୍ତି। ସେଥିପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ବେପାର ବଢ଼ାଇବାରେ ସୁବିଧା ହେଉଛି। ଏଭଳି ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଥିଲା। ବିଶେଷ କରି ଯେତେବେଳେ ସେହି ଔଷଧ କିମ୍ବା ଉତ୍ପାଦ ଅନ୍ୟତ୍ର ଶସ୍ତାରେ ଉପଲବ୍ଧ ହୁଏ, ସେତେବେଳେ ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀ ଓ ପରିବାରକୁ ଆଭ୍ୟନ୍ତରୀଣ ଔଷଧ ଦୋକାନରୁ କିଣିବାକୁ ବାଧ୍ୟ ନ କରିବାକୁ ସେମାନଙ୍କୁ କୁହାଯାଇଥିଲା। ସେପଟେ ଘରୋଇ ହସ୍ପିଟାଲ ଓ ଚିକିତ୍ସା ଅନୁଷ୍ଠାନ ନାଗରିକଙ୍କୁ ଶୋଷଣ କରୁଥିବାରୁ ସେଥିରୁ ରକ୍ଷା ପାଇବା ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କରିବା ଠିକ୍ ନୁହେଁ, କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସଚେତନ କରିବା ଜରୁରି।

ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରିଥିଲେ। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ବିହାର, ତାମିଲନାଡୁ, ହିମାଚଳ ପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଔଷଧ ଦର ପ୍ରସଙ୍ଗରେ ରାଜ୍ୟଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମୂଲ୍ୟ ନିୟନ୍ତ୍ରଣ ଆଦେଶ ଉପରେ ନିର୍ଭର କରନ୍ତି ଏବଂ ଆବଶ୍ୟକ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରାଯାଏ ଯାହାଦ୍ୱାରା ଉପଯୁକ୍ତ ମୂଲ୍ୟରେ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଏହାର ଜବାବରେ ସେମାନେ ଆବେଦନକାରୀଙ୍କ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ତରଫରୁ ଶୁଣାଣି କରିବାର ଅଧିକାର ଉପରେ ପ୍ରଶ୍ନ ଉଠାଇବା ସହ ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ସୁଲଭ ମୂଲ୍ୟ ଦୋକାନ ଖୋଲାଯାଇଛି ବୋଲି ଦର୍ଶାଇଥିଲେ। କେନ୍ଦ୍ର ସରକାର ମଧ୍ୟ ଜବାବ ଦାଖଲ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଡାକ୍ତରଖାନା ଫାର୍ମାସିରୁ ଔଷଧ କିଣିବା ରୋଗୀଙ୍କ ପାଇଁ ବାଧ୍ୟତାମୂଳକତା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe