ନୂଆ ଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସହଯୋଗ ଯୋଗାଇ ଦିଆଯିବ: ଧର୍ମେନ୍ଦ୍ର

ଡିଏଭି ଏକ ଭଲ ମଣିଷ ତିଆରି କାରଖାନା। ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି। ଛାତ୍ରଛାତ୍ରୀଙ୍କ ପାଠପଢା, ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା, ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ ଡିଏଭି କାମ କରୁଛି।

Dharmendra Pradhan at DAC School programme in Bhubaneswar.

Dharmendra Pradhan at DAC School programme in Bhubaneswar. Photograph: (Sambad )

ଭୁବନେଶ୍ୱର: ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ। ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ କରିଥିଲେ। ଡିଏଭି ଭାରତୀୟ ଶିକ୍ଷା ବ୍ୟବସ୍ଥାର ସମାନ ପରମ୍ପରାକୁ ଆଗକୁ ବଢ଼ାଇଛି। ଡିଏଭି ଗବେଷଣା ଆଜି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ରାଷ୍ଟ୍ରୀୟ ନୀତିର ଏକ ଅଂଶ ହୋଇଛି ବୋଲି ରବିବାର ଭୁବନେଶ୍ୱର ଠାରେ ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଏହି ଖବର ପଢ଼ନ୍ତୁ: ଧର୍ମ ବିଷୟରେ ଭୁଲ ବୁଝାମଣା ଯୋଗୁଁ ବିଶ୍ବରେ ବହୁ ଅତ୍ୟାଚାର ହୋଇଛି

ସେ କହିଛନ୍ତି, ଡିଏଭି ଏକ ଭଲ ମଣିଷ ତିଆରି କାରଖାନା। ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି। ଛାତ୍ରଛାତ୍ରୀଙ୍କ ପାଠପଢା, ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା, ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ ଡିଏଭି କାମ କରୁଛି। ବର୍ତ୍ତମାନ ଓଡ଼ିଶାରେ ୬୦ଟି ଡିଏଭି ସ୍କୁଲ ଚାଲୁଛି। ୨୦୩୬ ସୁଦ୍ଧା ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ, ସେତେବେଲେ ଓଡ଼ିଶାରେ ଡିଏଭି ସ୍କୁଲ ସଂଖ୍ୟା ୧୦୦ରେ ପହଞ୍ଚିବା ପାଇଁ ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ସାମାନ୍ୟ ଗରିବ ଘରର ପିଲାମାନେ ଡିଏଭି ସ୍ତରର ପାଠପଢ଼ାର ସୁଯୋଗ ପାଇବେ। 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଅଛୁ। ଆଗାମୀ ଦିନମାନଙ୍କରେ ଜ୍ଞାନ ପ୍ରଗତିର ମୂଳ ଆଧାର ହେବାକୁ ଯାଉଛି। ଆଗାମୀ ୨୫ ରୁ ୫୦ ବର୍ଷ ମଧ୍ୟରେ ଭାରତର ଯୁବଶକ୍ତି ଓ ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ ଏକ ବଡ଼ ଭୂମିକା ଗ୍ରହଣ କରିବ। ଆଜି ଶିକ୍ଷା କ୍ଷେତ୍ରରେ ଡିଏଭିର ଏକ ବିଶାଳ ନେଟୱର୍କ ରହିଛି। ଏଭଳି ସ୍ଥିତିରେ ଏକବିଂଶ ଶତାବ୍ଦୀ ପାଇଁ ସେମାନଙ୍କର ଦାୟିତ୍ୱ ଆହୁରି ଅଧିକ ହୋଇଛି। ଆଗାମୀ ଦିନରେ ଡିଏଭି ଜାତୀୟ ଶିକ୍ଷା ନୀତିକୁ ଅଧିକ ବ୍ୟବହାରିକ ଶୈଳୀରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେବ, ଏହା ମୋର ବିଶ୍ୱାସ। ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଆମର ଛାତ୍ରଛାତ୍ରୀମାନେ ବିକଶିତ ଭାରତର ନେତୃତ୍ୱ ନେବେ। ସେହି ସମୟରେ ସେମାନଙ୍କର ଆବଶ୍ୟକତା କ'ଣ ରହିବ? ଗ୍ଲୋବାଲ ଅର୍ଡର କ'ଣ ହେବ? ଟେକ୍ନୋଲୋଜି କ'ଣ ହେବ? ଏଭଳି ବିଷୟରେ ଚିନ୍ତା କରି ଆମକୁ ଆମର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ସେମାନଙ୍କୁ କେବଳ ନିଯୁକ୍ତି ଅନ୍ୱେଷଣ ଭାବରେ ନୁହେଁ ବରଂ ନିଯୁକ୍ତି ଦାତା ବନାଇବାକୁ ହେବ। 

ଆଜି ସାରା ବିଶ୍ୱ ଯେଉଁ ପର୍ଯ୍ୟାବରଣ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ଉତ୍ତର ଭାରତୀୟ ଜୀବନଶୈଳୀ ଏବଂ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀ କହିଯାଇଥିବା କଥାରେ ଅନ୍ତର୍ନିହିତ। ଆମକୁ ଆଜିର ସମୟ ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ଏହାକୁ ଆଧାର କରି ଶିକ୍ଷା ବ୍ୟବସ୍ଥା ଗଠନ କରିବାକୁ ପଡ଼ିବ। ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭିର ମ୍ୟାନେଜମେଣ୍ଟ୍ ଘୋଷଣା କରିବା ସ୍ୱାଗତଯୋଗ୍ୟ। ନୂଆଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ। 

-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର ଭଳି ସାଂସ୍କୃତିକ ସହରରେ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆୟୋଜନ ହେବା ଖୁସିର ବିଷୟ। ଆଗାମୀ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ଏଭଳି ସମୟରେ ଡିଏଭି ୟୁନାଇଟେଡର ଏହି ଫେଷ୍ଟିଭାଲ ଭୁବନେଶ୍ୱରର ଜାତୀୟ ଓ ବିଶ୍ୱସ୍ତରୀୟ ଆକର୍ଷଣ ବୃଦ୍ଧିରେ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ଡିଏଭି ୨୦୪୭ର ଭାରତ ଏବଂ ୨୦୩୬ର ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ସରକାର-ନକ୍ସଲ ମଧ୍ୟରେ ଶାନ୍ତିବାର୍ତ୍ତା ପାଇଁ ନକ୍ସଲଙ୍କ ପାଖକୁ ଗଲେ ଯବାନ୍‌

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଇଂରାଜୀକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କରିବା ପାଇଁ ଡିଏଭିକୁ ପରାମର୍ଶ ଦେଇଛନ୍ତି। ସେହିପରି ଏହି ୟୁନାଇଟେଡ୍ ଫେଷ୍ଟିଭାଲର ପ୍ରଦର୍ଶନୀରେ ଶ୍ରୀ ପ୍ରଧାନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe