ସମସ୍ତ ଗିରଫ ପାକ୍ ଏଜେଣ୍ଟ ହିନ୍ଦୁ ଅଥବା ଆର୍‌ଏସ୍‌ଏସ୍‌ ସହ ସମ୍ପୃକ୍ତ: ବିହାର ଆର୍‌ଜେଡି ମୁଖ୍ୟ

Advertisment
ସମସ୍ତ ଗିରଫ ପାକ୍ ଏଜେଣ୍ଟ ହିନ୍ଦୁ ଅଥବା ଆର୍‌ଏସ୍‌ଏସ୍‌ ସହ ସମ୍ପୃକ୍ତ: ବିହାର ଆର୍‌ଜେଡି ମୁଖ୍ୟ

Navbharat Times

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡ଼ି)ର ବିହାର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)କୁ ସମର୍ଥନ କରି ଏକ ବିବାଦୀୟ ବିବୃତି ଦେଇଛନ୍ତି। ସେ କହିଛନ୍ତି, ପିଏଫ୍‌ଆଇକୁ କାହିଁକି ଦେଶବିରୋଧୀ ସଂଗଠନ କୁହାଯାଉଛି, ଯେତେବେଳେ କି ସେ ଆର୍‌ଏସ୍‌ଏସ୍ ସହ ମୁକାବିଲା କରି ମୁସଲମାନଙ୍କୁ ସୁରକ୍ଷା ଦେଉଛି। ସିଂହ କହିଲେ, ଯେତେବେଳେ ଗୋଟିଏ ସଂପ୍ରଦାୟ ଆର୍‌ଏସ୍‌ଏସ୍‌କୁ ଡରି ନିଜ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏକ ସଂଗଠନ ଗଢ଼େ, ସେତେବେଳେ ସେମାନଙ୍କୁ କାହିଁକି ଦଙ୍ଗାକାରୀ ଓ ଦେଶ-ବିରୋଧୀ ବୋଲି କୁହାଯିବ?

ସିଂହ ପୁଣି କହିଥିଲେ ଯେ, ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ବାରା ଯେତେ ପାକିସ୍ତାନୀ ଏଜେଣ୍ଟଙ୍କୁ ଗିରଫ କରାଯାଇଛି, ସେମାନେ ସମସ୍ତେ ଆର୍‌ଏସ୍‌ଏସ୍‌ ସଦସ୍ୟ କିମ୍ବା ହିନ୍ଦୁ। ସେ ପୁଣି ପ୍ରଶ୍ନ କରିଥିଲେ ଯେ ଯଦି ଜଣେ ଭାରତୀୟ ପାକିସ୍ତାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ସହ ଫୋନରେ କଥା ହେଲା, ତାକୁ କାହିଁକି ଆଣ୍ଟି-ନ୍ୟାସନାଲ ବୋଲି ବିଚାର କରାଯିବ? ଏହି ବିବାଦୀୟ ବୟାନକୁ ନେଇ ବିଜେପି ଜଗଦାନନ୍ଦ ସିଂହଙ୍କୁ କଡ଼ା ସମାଲୋଚନା କରି ତାଙ୍କ ବିରୋଧରେ ଦେଶଦ୍ରୋହୀଙ୍କୁ ସମର୍ଥନ କରିବା ଅଭିଯୋଗରେ ମାମଲା ରୁଜୁ କରାଯିବା ଉଚିତ ବୋଲି କହିଛି। ଅପରପକ୍ଷେ କଂଗ୍ରେସ ଉଭୟ ବିଜେପି ଓ ଆର୍‌ଜେଡି ବିରୋଧରେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe