ଅବାଞ୍ଛିତ ଶାରୀରିକ ସ୍ପର୍ଶ ଯୌନ ଉତ୍ପୀଡ଼ନ ନୁହେଁ: ଦିଲ୍ଲୀ ହାଇକୋର୍ଟ

Advertisment
ଅବାଞ୍ଛିତ ଶାରୀରିକ ସ୍ପର୍ଶ ଯୌନ ଉତ୍ପୀଡ଼ନ ନୁହେଁ: ଦିଲ୍ଲୀ ହାଇକୋର୍ଟ

Image Courtesy of HT

ନୂଆଦିଲ୍ଲୀ: ସବୁ ଅବାଞ୍ଛିତ ଶାରୀରିକ ସ୍ପର୍ଶକୁ ଯୌନ ଉତ୍ପୀଡ଼ନ ବର୍ଗଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛି।

ନିଜ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆରୋପ କରିଥିବା କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ (ସିଏସ୍‌ଆଇଆର୍‌)ର ଜଣେ କର୍ମଚାରୀଙ୍କର ଆବେଦନକୁ ମଙ୍ଗଳବାର ଦିନ ଖାରଜ କରିବା ଅବସରରେ କୋର୍ଟ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

ମହିଳା ଜଣକ ଅଭିଯୋଗ କରିଥିଲେ କି, ସେ କାମ କରୁଥିବା ଲାବୋରାଟେରି ମଧ୍ୟକୁ ଅଭିଯୁକ୍ତୁ ଧଷେଇ ପଶି ମେସିନ୍‌ ବନ୍ଦ କରି ତାଙ୍କ ଠାରୁ ନମୁନା ଛଡ଼େଇ ନେଇ ଯାଇଥିଲେ। ତା’ପରେ ତାଙ୍କୁ ଧକ୍କା ମାରି ଲାବୋରାଟେରିରୁ ପଦାକୁ କାଢ଼ି ଦେଇ ତାଲା ପକାଇ ଦେଇଥିଲେ।

ହାଇକୋର୍ଟର ବିଚାରପତି ବିଭୁ ବାଖ୍ରୁ କହିଲେ: କେବଳ ‘ଅବାଞ୍ଛିତ ଯୌନାଚାର ଅଭିପ୍ରେତ ଆଚରଣ’ ପ୍ରକାର ଶାରୀରିକ ସ୍ପର୍ଶ ଅଥବା ଅଗ୍ରଗତି ଯୌନ ଉତ୍ପୀଡ଼ନର ଅଂଶ ବିଶେଷ ହୋଇପାରିବ। କିନ୍ତୁ, ଏହି ମାମଲାରେ କୋର୍ଟ ସେଭଳି କିଛି ଦେଖୁନାହିଁ, ତେଣୁ ଅଭିଯୁକ୍ତଙ୍କ ସଂସ୍ଥାନର ପ୍ରତିବାଦ କମିଟି ଏବଂ ଶୃଙ୍ଖଳାଗତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ କୋର୍ଟ କାଏମ ରଖି ଅଭିଯୁକ୍ତଙ୍କୁ ଯୌନ ଉତ୍ପୀଡ଼ନ ମାମଲରୁ ମୁକ୍ତ କରାଯାଉଛି।

କମିଟି ଦର୍ଶାଇ ଥିଲା ଯେ ଅଭିଯୁକ୍ତ ମହିଳାଙ୍କ ବାହୁ ଧରିଥିଲା, କିନ୍ତୁ ତାହା କଜିଆ ଲାଗିବା ସମୟର କାର୍ଯ୍ୟ, ଯୌନାଚାର ଅଭିପ୍ରେତ ଆଚରଣ ନୁହେଁ। ସମ୍ଭବତଃ କ୍ରୋଧବଶତଃ ବ୍ୟକ୍ତିଜଣକ ମହିଳାଙ୍କ ବାହୁ ଧରି ଟାଣିବା ସହ ସେ ଧରିଥିବା ସାମଗ୍ରୀ ଫିଙ୍ଗି ଦେଇଥିଲେ। ତାହା ଉତ୍ପୀଡ଼ନ ତଥା ଲଜ୍ଜାଜନକ ହୋଇପାରେ, କିନ୍ତୁ ତାହାକୁ ଯୌନ ଉତ୍ପୀଡ଼ନ କୁହାଯାଇ ପାରିବ ନାହିଁ। ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀ ବୈଜ୍ଞାନିକ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe