‘ଜିଓ’ରୁ ଭାରତର ଯେକୌଣସି ନେଟୱାର୍କକୁ ସମସ୍ତ ଭଏସ୍‌ କଲ୍‌ ଏଣିକି ସଂପୂର୍ଣ୍ଣ ମାଗଣା

Advertisment
ଦେଶର  ୧୦୦୦ ସହରରେ ୫ଜି ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ

Business India

ମୁମ୍ବାଇ: ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଜିଓ ରୁ ଭାରତର ଯେକୌଣସି ନେଟୱାର୍କକୁ ସମସ୍ତ ଭଏସ୍‌ କଲ୍‌ ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ମାଗଣା ଉପଲବ୍ଧ ହେବ। ଜିଓ ନେଟଓ୍ଵାର୍କରୁ ଅନ୍ୟ ନେଟ୍‌ଓ୍ଵାର୍କକୁ ଭଏସ କଲ୍‌ କଲେ ଗ୍ରାହକମାନଙ୍କୁ ଆଉ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ।

ରିଲାଏନ୍‌ସ ଜିଓ ଗୁରୁବାର ଦିନ ଘୋଷଣା କରି କହିଛି ଯେ ଏହା ପୁଣି ଥରେ ସମସ୍ତ ଅଫ୍‌ ନେଟ୍‌ କୁ ଘରୋଇ କରିବା ସହ ଭଏସ୍‌ କଲ୍‌କୁ ମାଗଣା ଉପଲବ୍ଧ କରାଇବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜିଓ ନେଟଓ୍ଵାର୍କରୁ ଅନ୍ୟ ନେଟ୍‌ଓ୍ଵାର୍କକୁ ଭଏସ କଲ୍‌ ଗ୍ରାହକମାନଙ୍କୁ ମାତ୍ର ୩୦୦୦ ସେକେଣ୍ଡ ପାଇଁ ମାଗଣାରେ ଉପଲବ୍ଧ ହେଉଥିଲା। ୩୦୦୦ ସେକେଣ୍ଡରୁ ଅଧିକ ସମୟ ପାଇଁ ଜିଓ ନେଟଓ୍ଵାର୍କରୁ ଅନ୍ୟ ନେଟ୍‌ଓ୍ଵାର୍କକୁ ଭଏସ କଲ୍‌ କଲେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡ଼ୁଥିଲା।

publive-image

ତେବେ, ଜାନୁଆରି ୧ ତାରିଖ ଠାରୁ ଜିଓ ରୁ ଭାରତର ଯେକୌଣସି ନେଟୱାର୍କକୁ ସମସ୍ତ ଭଏସ୍‌ କଲ୍‌ (ଅସୀମିତ ସମୟ୍ର ପାଇଁ) ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ମାଗଣା ଉପଲବ୍ଧ ହେବ ବୋଲି ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe