ପ୍ରୟାଗରାଜ : ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଆହ୍ଲାବାଦ ବାର୍ ଆସୋସିଏସନ୍ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ କାହିଁକି ଏଠାକୁ ପଠାଯାଇଛି ବୋଲି ପ୍ରଶ୍ନ କରିଛି।
“କାହିଁକି ତାଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରାଗଲା ନାହିଁ ? ଆମେ ଡଷ୍ଟବିନ ନୁହଁ“ ବୋଲି ବାର୍ ଆସୋସିଏସନ ଲେଖିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ବାର୍ ଆସୋସିଏସନ୍ ଚିଠି ଲେଖିଛି।
ଆହ୍ଲାବାଦ ହାଇକୋର୍ଟର ବାର ଆସୋସିଏସନ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ନ ପଠାଇବାକୁ ଅନୁରୋଧ କରିଛି। ବାର ଆସୋସିଏସନ କହିଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ଡଷ୍ଟବିନ୍ ନୁହେଁ ଯେଉଁଠାରେ ଦୁର୍ନୀତି ଅଭିଯୁକ୍ତଙ୍କୁ ଥଇଥାନ ପାଇଁ ପଠାଯିବ।
ସୂଚନାଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବାସଭବନରୁ ପ୍ରାୟ ୧୫ କୋଟି ଟଙ୍କା ନଗଦ ମିଳିଥିଲା। ତାଙ୍କ ବାସଭବନରେ ନିଆଁ ଲାଗିବା ପରେ ଦମକଳ ବାହିନୀ ଏହି ଆୟ ବହିର୍ଭୁତ ଟଙ୍କା ପାଇଥିଲେ । ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ସୁ୍ପ୍ରିମକୋର୍ଟ କଲେଜିୟମ ଏକ ଜରୁରୀକାଳୀନ ବୈଠକ ଡାକି ତାଙ୍କୁ ତାଙ୍କ ଗୃହ ହାଇକୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ପଠାଇଦିଆଯାଇଛି । ଏହି ପ୍ରସଙ୍ଗ ରାଜ୍ୟସଭାରେ ମଧ୍ୟ ଉଠିଥିଲା ।
ଆହ୍ଲାବାଦ ହାଇକୋର୍ଟର ବାର ଆସୋସିଏସନ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ନ ପଠାଇବାକୁ ଅନୁରୋଧ କରିଛି। ବାର ଆସୋସିଏସନ କହିଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ଡଷ୍ଟବିନ୍ ନୁହେଁ ଯେଉଁଠାରେ ଦୁର୍ନୀତି ଅଭିଯୁକ୍ତଙ୍କୁ ଥଇଥାନ ପାଇଁ ପଠାଯିବ। ତାଙ୍କ ବିରୁଦ୍ଧରେ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରଖାଯିବା ଉଚିତ ବୋଲି ବାର୍ କହିଛି। ଏହି ପ୍ରସଙ୍ଗରେ ବାର ଆସୋସିଏସନ ମାର୍ଚ୍ଚ ୨୪ରେ ଏକ ସାଧାରଣ ପରିଷଦ ବୈଠକ ମଧ୍ୟ ଡକାଇଛି। ବୈଠକରେ ଏହି ପ୍ରସଙ୍ଗ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆସୋସିଏସନ କହିଛି।
Follow Us