ଧର୍ମଘଟ ଡାକରା ଦେଲେ ଆହ୍ଲାବାଦ ହାଇକୋର୍ଟ ଓକିଲ

ଜଷ୍ଟିସ ୟଶବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳି ବିରୋଧରେ ସେଠାକାର ଓକିଲମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାରଠାରୁ ଆହ୍ଲାବାଦ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣିକାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । 

high court

ନୂଆଦଲ୍ଲୀ : ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ଫେରାଇବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ଏହାର ଅଳ୍ପ ସମୟ ପରେ, ଆହ୍ଲାବାଦ ହାଇକୋର୍ଟର ଓକିଲମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାରଠାରୁ ଆହ୍ଲାବାଦ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣିକାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । 

 ଗତ ସପ୍ତାହରେ ହିଁ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ ଜଷ୍ଟିମ ବର୍ମାଙ୍କୁ ସେଠାକୁ ବଦଳି କରିବାକୁ ବିରୋଧ କରିଥିଲା । ଆହ୍ଲାବାଦ ହାଇକୋର୍ଟ ଡଷ୍ଟବିନ ନୁହେଁ ବୋଲି ବାର୍ କହିଥିଲା । 

ଏହା ପୂର୍ବରୁ ଗତ ସପ୍ତାହରେ ହିଁ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ ଜଷ୍ଟିମ ବର୍ମାଙ୍କୁ ସେଠାକୁ ବଦଳି କରିବାକୁ ବିରୋଧ କରିଥିଲା । ଆହ୍ଲାବାଦ ହାଇକୋର୍ଟ ଡଷ୍ଟବିନ ନୁହେଁ ବୋଲି ବାର୍ କହିଥିଲା । 

ସୋମବାର ଦିନ ଲାଇବ୍ରେରୀ ହଲରେ ଆଲ୍ଲାହାବାଦ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୧ଟି ପ୍ରସ୍ତାବ ଗୃହୀତ ହୋଇଥିଲା। ହାଇକୋର୍ଟ ବାର ଆସୋସିଏସନ ଏକ ପ୍ରସ୍ତାବ ପାସ୍ କରି ମୁଖ୍ୟ ବିଚାରପତିଙ୍କ ନିକଟରେ ଦାବି କରିଛି ଯେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତରିତ କରାଯିବା ଉଚିତ୍ ନୁହେଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe