ଅଯୋଧ୍ୟା: ରାମ ମନ୍ଦିରର ‘ଭୂମିପୂଜନ’ ଉପରେ ସ୍ଥଗିତାଦେଶ ଜାରି ପାଇଁ ଆଗତ ମାମଲାକୁ ଖାରଜ କଲେ ଏହ୍ଲାବାଦ ହାଇକୋର୍ଟ

Advertisment
ଅଯୋଧ୍ୟା: ରାମ ମନ୍ଦିରର ‘ଭୂମିପୂଜନ’ ଉପରେ ସ୍ଥଗିତାଦେଶ ଜାରି ପାଇଁ ଆଗତ ମାମଲାକୁ ଖାରଜ କଲେ ଏହ୍ଲାବାଦ ହାଇକୋର୍ଟ

NewsIndia

ପ୍ରୟାଗରାଜ: ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ‘ଭୂମିପୂଜନ’ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଆଗତ ଏକ ଆବେଦନକୁ ଆଜି ଏହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ଦିଲ୍ଲୀର ଜନୈକ ଓକିଲ ସାକେତ୍‌ ଗୋଖଲେଙ୍କ ପକ୍ଷରୁ ଏହ୍ଲାବାଦ ହାଇକୋର୍ଟରେ ଆଗତ କରା ଯାଇଥିବା ଏହି ଆବେଦନରେ ଅଭିଯୋଗ କରାଯାଇଥିଲା ଯେ କୋଭିଡ୍‌-୧୯ ସଙ୍କଟକୁ ଦୃଷ୍ଟିରେ ରଖି ରାମ ମନ୍ଦିରର ‘ଭୂମିପୂଜନ’ କେନ୍ଦ୍ରର ଅନଲକ୍‌ ୨.୦ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି। କାରଣ, ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ଯୋଗଦେବେ। ତେଣୁ, ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଉ।

publive-image NewsIndia

ଏଥିସହ ଏହା ଏକ ଧାର୍ମିକ ସମାବେଶ ହେତୁ କରୋନାଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ। ହେଲେ, ଏହ୍ଲାବାଦ ହାଇକୋର୍ଟ ଆଜି (ଶୁକ୍ରବାର) ଏହି ଆବେଦନର ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀଙ୍କ ସମସ୍ତ ଅଭିଯୋଗ କାଳ୍ପନିକ। ତେଣୁ, କୌଣସି ପ୍ରକାରର କାଳ୍ପନିକ ଅଭିଯୋଗକୁ ଭତ୍ତିକରି କୌଣସି କାର୍ଯ୍ୟକ୍ରମ ଉପରେ ସ୍ଥଗିତାଦେଶ ଜାରି କରିବା ସମିଚୀନ ନୁହେଁ ବୋଲି କହି ଆଗତ ମାମଲାକୁ ଏହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ରାମ ମନ୍ଦିର ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ‘ଭୂମିପୂଜନ’ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe