କୋର୍ଟରୁମ୍‌ରେ ହତ୍ୟା ମାମଲା : ଉତ୍ତରପ୍ରଦେଶ ଗୃହ ସଚିବ, ଡିଜିପିଙ୍କୁ ସମନ କଲେ ଆହ୍ଲାବାଦ ହାଇକୋର୍ଟ

Advertisment
କୋର୍ଟରୁମ୍‌ରେ ହତ୍ୟା ମାମଲା : ଉତ୍ତରପ୍ରଦେଶ ଗୃହ ସଚିବ, ଡିଜିପିଙ୍କୁ ସମନ କଲେ ଆହ୍ଲାବାଦ ହାଇକୋର୍ଟ

AajTak

ଆହ୍ଲାବାଦ୍‌ : ଉତ୍ତରପ୍ରଦେଶ ବିଜନୋର୍‌ରେ ଗତକାଲି ଏକ ସିଜେଏମ୍‌ କୋର୍ଟରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ ଉକ୍ତ ମାମଲାକୁ ନିଜଆଡ଼ୁ ଗ୍ରହଣ କରି ଉତ୍ତରପ୍ରଦେଶ ପ୍ରମୁଖ ସଚିବ (ଗୃହ) ଏବଂ ଡିଜିପିଙ୍କୁ ସମନ କରିଛନ୍ତି। ଆସନ୍ତା ୨୦ ତାରିଖରେ ଉଭୟ ଗୃହ ସଚିବ ଏବଂ ଡିଜିପିଙ୍କୁ ହାଜର ‌ହେବାପାଇଁ କୋର୍ଟ କହିଛନ୍ତି। କୋର୍ଟ ରୁମ୍‌ରେ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ରାଜ୍ୟର କୋର୍ଟ ପରିସରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଫଳ ହୋଇଛି। କୋର୍ଟ ପରିସରର ସୁରକ୍ଷା ପାଇଁ ଦକ୍ଷ ପୁଲିସ କର୍ମୀଙ୍କୁ ମୁତୟନ କରାଯାଉ ନାହିଁ। ତେଣୁ ରାଜ୍ୟରେ ଥିବା ସମସ୍ତ କୋର୍ଟମାନଙ୍କରେ ସୁରକ୍ଷା ସୁଦୃଢ଼ ସଂକ୍ରାନ୍ତ ଯୋଜନା ସହ କୋର୍ଟରେ ହାଜର ହେବାପାଇଁ ଡିଜିପି ଏବଂ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତକାଲି ବି‌ଜନୋର ସିଜେଏମ୍‌ କୋର୍ଟରେ ବିଏସ୍‌ପି ନେତା ହାଜି ଏହସାନ୍‌ ଏବଂ ତାଙ୍କ ଭଣଜାଙ୍କ ହତ୍ୟା ମାମଲାର ଶୁଣାଣି ଚାଲିଥିବାବେଳେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହନୱ‌ାଜକୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe