କାହିଁକି ବର୍ତ୍ତମାନ ସୁଦ୍ଧା ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରାଯାଇ ନାହିଁ, ତୁରନ୍ତ ଜଣାଅ: ଅାହ୍ଲାବାଦ ହାଇକୋର୍ଟ

Advertisment

ବିଧାୟକ ସେଙ୍ଗରଙ୍କ ଗିରଫଦାରୀକୁ ଅଟକାଇଛନ୍ତି ଦଳର ଜଣେ ‘ପ୍ରଭାବଶାଳୀ ବ୍ୟକ୍ତିତ୍ୱ’

ବିଧାୟକ ସେଙ୍ଗରଙ୍କ ଗିରଫଦାରୀକୁ ଅଟକାଇଛନ୍ତି ଦଳର ଜଣେ ‘ପ୍ରଭାବଶାଳୀ ବ୍ୟକ୍ତିତ୍ୱ’

କାହିଁକି ବର୍ତ୍ତମାନ ସୁଦ୍ଧା ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରାଯାଇ ନାହିଁ, ତୁରନ୍ତ ଜଣାଅ: ଅାହ୍ଲାବାଦ ହାଇକୋର୍ଟ

Hindustan Times

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ଦୁଷ୍କର୍ମ ଅଭିଯୁକ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କୁ କାହିଁକି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସେସଂପର୍କରେ ଅବିଳମ୍ବେ ଅାହ୍ଲାବାଦ ହାଇକୋର୍ଟଙ୍କୁ ଜଣାଇବାକୁ ସରକାରୀ ଓକିଲଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ଏସଂପର୍କିତ ଉତ୍ତର ମିଳିବା ପରେ ମଧ୍ୟାହ୍ନ ବିରତି ପରେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ଅାହ୍ଲାବାଦ ହାଇକୋର୍ଟ।

ବିଧାୟକ ସେଙ୍ଗରଙ୍କ ଗିରଫଦାରୀକୁ ଅଟକାଇଛନ୍ତି ଦଳର ଜଣେ ‘ପ୍ରଭାବଶାଳୀ ବ୍ୟକ୍ତିତ୍ୱ’

ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଜୋର ଧରିଥିବା ବେଳେ ଉତ୍ତର ପ୍ରଦେଶର ବରିଷ୍ଠ ବିଜେପି ନେତା ଆଇପି ସିଂହ ଏକ ଜାତୀୟ ସ୍ତରର ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କୁ ଗିରଫ କରିବା ପାଇଁ ସବୁ ଯୋଜନା ପ୍ରସ୍ତୁତ କରି ରଖିଛନ୍ତି। ହେଲେ, ଦଳର ଜଣେ ‘ପ୍ରଭାବଶାଳୀ ବ୍ୟକ୍ତିତ୍ୱ’ ଏହାକୁ ଅଟକାଇ ଦେଇଛନ୍ତି। ତେବେ, ଦଳ ଏହି ‘ପ୍ରଭାବଶାଳୀ ବ୍ୟକ୍ତିତ୍ୱ’ ଜଣକ କିଏ ତାଙ୍କ ନାମ ପ୍ରଘଟ କରିନାହାନ୍ତି ବରିଷ୍ଠ ବିଜେପି ନେତା ଶ୍ରୀ ସିଂହ। ତେବେ, ଶ୍ରୀ ସିଂହଙ୍କ ଏହି ବୟାନ ବିଜେପି ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକଙ୍କୁ ‘ମାନନୀୟ’ ସମ୍ବୋଧନ କରି ହରଡ଼ଘଣାରେ ଡିଜିପି


ଅନ୍ୟ ଏକ ଘଟଣାକ୍ରମରେ ଉତ୍ତର ପ୍ରଦେଶର ପୋଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଓପି ସିଂହ ଏକ ସମ୍ବାଦିକ ସମ୍ମଳନୀରେ ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକଙ୍କୁ ‘ମାନନୀୟ’ ବୋଲି ସମ୍ବୋଧନ କରି ହରଡ଼ଘଣାରେ ପଡ଼ିଯାଇଛନ୍ତି। ବିଜେପିର ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କ ବିରୋଧରେ ପୋଲିସ୍‌ ଏଫ୍‌ଆଇଆର୍‌ ପଞ୍ଜିକରଣ କରିବା ପରେ ଡିଜିପି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡିଜିପି ଓପି ସିଂହ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ‘ମାନନୀୟ’ ବୋଲି ସମ୍ବୋଧନ କରି ସାମ୍ବାଦିକ ସମ୍ମଳନୀ ଆରମ୍ଭ କରିବାରୁ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ଏ ସଂପର୍କରେ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିବାଦ କରିଥିଲେ। ପରେ ଡିଜିପି ଓପି ସିଂହ ନିଜର ଭୁଲ୍‌ ବୁଝିପାରି ନିଜ ଦୋଷକୁ ଲୁଚାଇବାକୁ ଯାଇ କହିଥିଲେ ଯେ ଯେପପର୍ଯ୍ୟନ୍ତ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ‘ମାନନୀୟ’ ବୋଲି ସମ୍ବୋଧନ କରିବାରେ କୌଣସି ଅସୁବିଧା ନାହିଁ। ଏହି ଘଟଣାକୁ ନେଇ ଡିଜିପି ଏବେ ପଡ଼ିଛନ୍ତି ହରଡ଼ଘଣାରେ।

ସେପଟେ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜ୍ଜୁ କରିବା ପରେ ତାଙ୍କ ରକ୍ତଚାପ ବଢ଼ିଯାଇ ସେ ଗୁରୁତର ହୋଇପଡ଼ିଛନ୍ତି। ଏବଂ ତାଙ୍କୁ ଚିକିତ୍ସା ପାଇଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe