କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଉତ୍ତରପ୍ରଦେଶର ୫ଟି ସହରକୁ ଲକଡାଉନ କଲେ ଆହ୍ଲାବାଦ ହାଇକୋର୍ଟ

Advertisment
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଉତ୍ତରପ୍ରଦେଶର ୫ଟି ସହରକୁ ଲକଡାଉନ କଲେ ଆହ୍ଲାବାଦ ହାଇକୋର୍ଟ

ndtv

ଲକ୍ଷ୍ନୌ: କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶର ୫ଟି ସହରକୁ ଲକଡାଉନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟ ଏପ୍ରିଲ୨୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପାଞ୍ଚଟି ସହରକୁ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ସହର ମଧ୍ୟରେ ରହିଛନ୍ତି ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ଏବଂ ଗୋରଖପୁର।

ଏହି ଲକଡାଉନ୍ ଆଜି ରାତିରୁ କାର୍ଯ୍ୟକାରୀ ହେବ ଏବଂ ଏପ୍ରିଲ୍ ୨୬ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାରୀ ଅନୁଷ୍ଠାନ କିମ୍ବା ଆର୍ଥିକ ବିଭାଗ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା, ଶିଳ୍ପ ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ, ମ୍ୟୁନିସିପାଲ କାର୍ଯ୍ୟକ୍ରମ ଏବଂ ସାଧାରଣ ପରିବହନ ସମେତ ସମସ୍ତ ପ୍ରତିଷ୍ଠାନ ଏପ୍ରିଲ୍ ୨୬ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶରେ ଦର୍ଶାଯାଇଛି। ଲକଡାଉନ୍ ସମୟରେ ସମସ୍ତ ସପିଂ କମ୍ପ୍ଲେକ୍ସ ଏବଂ ମଲ୍ ମଧ୍ୟ ବନ୍ଦ ରହିବ।

Delhi Lockdown Guidelines: Here Is The List Of Whats Open And Whats Closed  In Delhi NDTV.com

ମେଡିକାଲ୍ ଦୋକାନକୁ ବାଦ ଦେଇ ସମସ୍ତ କିରାଣି ଦୋକାନ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଦୋକାନ ଏପ୍ରିଲ ୨୬ପର୍ଯ୍ୟନ୍ତ ବନ୍ଦ ରହିବ। ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ଏପରିକି ଛୋଟ ଛୋଟ ଖାଇବା ଦୋକାନ ଇତ୍ୟାଦି ଏପ୍ରିଲ ୨୬ପର୍ଯ୍ୟନ୍ତ ବନ୍ଦ ରହିବ। ଫଳ ଏବଂ ପନିପରିବା ବିକ୍ରେତା, ଦୁଗ୍ଧ ବିକ୍ରେତା ଏବଂ ରୁଟି ବିକ୍ରେତାଙ୍କ ସମେତ ସମସ୍ତ ହକରମାନେ ଏପ୍ରିଲ ୨୬ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ଟା ଯାଏ ଦୋକାନ ଖୋଲିପାରିବେ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ସମସ୍ତ ଧାର୍ମିକ କାର୍ଯ୍ୟକଳାପ ଏପ୍ରିଲ ୨୬ପର୍ଯ୍ୟନ୍ତ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe