Allahabad High Court verdict: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ରଦ୍ଦ: ନାବାଳିକାଙ୍କ ପୋଷାକ ଟାଣିବା ବି ‘ଦୁଷ୍କର୍ମ ଉଦ୍ୟମ’

Advertisment

ସୁପ୍ରିମ୍‌କୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ରଦ୍ଦ କରିବା ସହ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ ଜଣେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନାକୁ କେବଳ ‘ଅପରାଧର ପ୍ରସ୍ତୁତି’ ବୋଲି ଦର୍ଶାଇଥିଲେ।

ସୁପ୍ରିମ୍‌କୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ରଦ୍ଦ କରିବା ସହ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ ଜଣେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନାକୁ କେବଳ ‘ଅପରାଧର ପ୍ରସ୍ତୁତି’ ବୋଲି ଦର୍ଶାଇଥିଲେ।

supreme court

Photograph: (The Economic Times)

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ରଦ୍ଦ କରିବା ସହ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ ଜଣେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନାକୁ କେବଳ ‘ଅପରାଧର ପ୍ରସ୍ତୁତି’ ବୋଲି ଦର୍ଶାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନାବାଳିକାଙ୍କ ବକ୍ଷୋଜ ସ୍ପର୍ଶ କରିବା, ପୋଷାକ ଟାଣିବା ଓ ତାଙ୍କ ପାଇଜାମାର ନାଡ଼ା ଛିଣ୍ଡାଇବା କେବଳ ଏକ ପ୍ରସ୍ତୁତି ନୁହେଁ, ବରଂ ଏହା ଏକ ସ୍ପଷ୍ଟ  ଦୁଷ୍କର୍ମ ଉଦ୍ୟମ। ଏ ବାବଦରେ  ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତ  ‘ଅତ୍ୟନ୍ତ ସମ୍ବେଦନହୀନ’ ବୋଲି ଦର୍ଶାଇଛନ୍ତି। 

ନ୍ୟାୟପାଳିକା ପାଇଁ ନୂତନ ମାର୍ଗଦର୍ଶିକା ଜାରି
୩ ମାସରେ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଏନ୍.ଭି.ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ କଠୋର ସମାଲୋଚନା କରିଛନ୍ତି। ଅଦାଲତ କହିଛନ୍ତି ଯେ ହାଇକୋର୍ଟ ତାଙ୍କ ରାୟରେ ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ତାହା ଆଇନର ମୌଳିକ ସିଦ୍ଧାନ୍ତ ବିରୋଧୀ ଏବଂ ଅମାନୁଷିକ। ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଯୌନ ଅପରାଧ ମାମଲାରେ ବିଚାରପତିମାନେ କେବଳ ଶୁଷ୍କ ଆଇନକୁ ନ ଦେଖି ସାମାଜିକ ପ୍ରେକ୍ଷାପଟରେ  ସହାନୁଭୂତିପୂର୍ଣ୍ଣ ଆଇନଗତ ଯୁକ୍ତି ପ୍ରୟୋଗ କରିବା ଉଚିତ। ନ୍ୟାୟିକ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ଏକାଡେମୀକୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଆସନ୍ତା ତିନି ମାସ ମଧ୍ୟରେ ଦେଶର ସମସ୍ତ ବିଚାରପତିମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଅଦାଲତ କହିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ରାୟରେ ଚେତାବନୀ ଦିଆଯାଇଛି ଯେ ଯଦି ନ୍ୟାୟପାଳିକା ବିଶେଷ କରି ଶିଶୁ ଓ ମହିଳାମାନଙ୍କ ଅସହାୟତା ପ୍ରତି ସମ୍ବେଦନଶୀଳ ନ ରୁହନ୍ତି ତେବେ ପୂର୍ଣ୍ଣାଙ୍ଗ ନ୍ୟାୟ ମିଳିବା ଅସମ୍ଭବ। ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଭର୍ତ୍ସନା କରି ଏକ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ପୋକ୍‌ସୋ ଆଇନ ଅଧୀନରେ କୌଣସି ବି ଅଶାଳୀନ ଶାରୀରିକ ସ୍ପର୍ଶକୁ କ୍ଷମା କରାଯିବ ନାହିଁ। ସୂଚନାଯୋଗ୍ୟ, ୧୭ ମାର୍ଚ୍ଚ, ୨୦୨୫ରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ରାମମନୋହର ନାରାୟଣ ମିଶ୍ର ଏକ ନିମ୍ନ ଅଦାଲତର ଆଦେଶକୁ ସଂଶୋଧନ କରି ଅଭିଯୁକ୍ତଙ୍କ କାର୍ଯ୍ୟ ବଳାତ୍କାର ପାଇଁ ପ୍ରୟାସ  ନୁହେଁ, ବରଂ ପ୍ରସ୍ତୁତି ବୋଲି ରାୟ ଦେଇଥିଲେ ଏବଂ  ପୋକ୍‌ସୋ ଆଇନର ଧାରା ୩୭୬କୁ ହଟାଇଥିଲେ। ଆଜି ସୁପ୍ରିମ୍‌କୋର୍ଟ ଏହି ମାମଲାରେ ପୋକ୍‌ସୋ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe