‘ଆହ୍ଲାବାଦ୍‌’ର ନାମ ବଦଳି ହେଲା ‘ପ୍ରୟାଗରାଜ୍‌’ : ଯୋଗୀ କ୍ୟାବିନେଟ ଲଗାଇଲା ମୋହର

Advertisment
‘ଆହ୍ଲାବାଦ୍‌’ର ନାମ ବଦଳି ହେଲା ‘ପ୍ରୟାଗରାଜ୍‌’ : ଯୋଗୀ କ୍ୟାବିନେଟ ଲଗାଇଲା ମୋହର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର ଉତ୍ତର ପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଅହ୍ଲାବାଦର ନାମ ବଦଳା ଯାଇ ପ୍ରୟାଗରାଜ ରଖାଯାଇଛି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଯୋଗୀ ଆଦିତ୍ୟନାଥ କହିଥିଲେ କି ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ହୋଇଥିବାରୁ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦ୍‌ର ନାମ ପ୍ରୟାଗରାଜ ଦିଆଯିବ। ଏହାର କିଛି ଦିନ ପୂର୍ବରୁ ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି।

ଗତକାଲି ଯୋଗୀଙ୍କର ଏହି ନିଷ୍ପତ୍ତି ସଂପର୍କରେ ଜାଣିବା ପରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟ୍‌ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଉତ୍ତର ପ୍ରଦେଶର ଅନ୍ୟ କେତେକ ସହରର ନାମ ବଦଳା ଯାଇପାରିବ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି। କାଟ୍‌ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆହୁରି ୧୮ଟି ସହରର ନାମ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଯୋଗୀଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କାଟ୍‌ଜୁ କହିଛନ୍ତି, ‘ଆହ୍ଲାବାଦ୍‌ର ନାମ ବଦଳାଇ ପ୍ରୟାଗରାଜ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଶୁଭେଚ୍ଛା। ମାତ୍ର ନିଶ୍ଚିତ ଭାବେ ଏତିକି ଯଥେଷ୍ଟ ନୁହେଁ। ମୁଁ  ଆହୁରି କେତକ ବିକଳ୍ପ ନାମର ତାଲିକା ପ୍ରଦାନ କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe