ଘରଭଡ଼ା ମାଗିବା ମହଙ୍ଗା ପଡ଼ିଲା; ମାଲିକାଣୀଙ୍କୁ ହତ୍ୟା କରିବା ପାଇଁ ଜଳନ୍ତା ସିଲିଣ୍ଡର ଧରି ଗୋଡ଼ାଇଲେ ଭଡ଼ାଟିଆ, ଭିଡିଓ ହେଲା ଭାଇରାଲ

Advertisment
ଘରଭଡ଼ା ମାଗିବା ମହଙ୍ଗା ପଡ଼ିଲା; ମାଲିକାଣୀଙ୍କୁ ହତ୍ୟା କରିବା ପାଇଁ ଜଳନ୍ତା ସିଲିଣ୍ଡର ଧରି ଗୋଡ଼ାଇଲେ ଭଡ଼ାଟିଆ, ଭିଡିଓ ହେଲା ଭାଇରାଲ

ଏହ୍ଲାବାଦ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ଏହ୍ଲାବାଦ ଜିଲ୍ଲାରେ ଆଜି (ଗୁରୁବାର) ପୂର୍ବାହ୍ନରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଏହ୍ଲାବାଦର କିଡ଼୍‍ଗଞ୍ଜ ଅଞ୍ଚଳରେ ଜଣେ ବ୍ୟକ୍ତି ସ୍ପଷ୍ଟ ଦିବାଲୋକରେ ଏକ ଜଳନ୍ତା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରକୁ ହାତରେ ଧରି ରାଜରାସ୍ତା ଉପରେ ଜନୈକା ମହିଳାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୋଡ଼ାଇବା ଘଟଣାର ପୂରା ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ଏହାର ଭିଡିଓ ଚିତ୍ର ଭାଇରାଲ ହେବା ପରେ ଏହି ଘଟଣା ଏବେ କେବଳ ଏହ୍ଲାବାଦ କାହିଁକି, ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉସ୍‌ମାନା ଅନ୍‌ସାରୀ ନାମ୍ନୀ ଜନୈକା ମହିଳା ତାଙ୍କର ଏକ ଘରକୁ ଅଫ୍‌ତାବ ନାମକ ଜନୈକ ଯୁବକକୁ ଭଡ଼ା ସୂତ୍ରରେ ଦେଇଥିଲେ। ତେବେ, ଅଫ୍‌ତାବ ଗତ ତିନିବର୍ଷ ଧରି ଉସ୍‌ମାନାଙ୍କୁ ଘରଭଡ଼ା ଦେଉ ନଥିଲେ। ବାରମ୍ବାର ମାଗିବା ପରେ ମଧ୍ୟ ଅଫ୍‌ତାବ ତାଙ୍କର ଘରଭଡ଼ା ବାବଦ ଅର୍ଥ ନଦେବାରୁ ଉସ୍‌ମାନା ତାଙ୍କୁ ଘର ଛାଡ଼ିବାକୁ କହିଥିଲେ। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଅଫ୍‌ତାବ ଆଜି ସକାଳେ ହାତରେ ଏକ ଜଳନ୍ତା ସିଲିଣ୍ଡର ଧରି ଉସ୍‌ମାନାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସ୍ପଷ୍ଟ ଦିବାଲୋକରେ ରାଜରାସ୍ତା ଉପରେ ଗୋଡ଼ାଇ ଥିଲେ। ତେବେ, ଉସ୍‌ମାନା ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ି ପଳାଇବାରେ ସକ୍ଷମ ହେବାରୁ ନିଜ ଜୀବନକୁ ବଞ୍ଚାଇ ପାରିଥିଲେ। ଅନ୍ୟପକ୍ଷରେ ସୌଭାଗ୍ୟକୁ ଜଳନ୍ତା ସିଲିଣ୍ଡରଟିରେ ବିସ୍ଫୋରଣ ଘଟି ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବା ପୂର୍ବରୁ ସିଲିଣ୍ଡରରୁ ଆପେଆପେ ନିଆଁ ଲିଭି ଯାଇଥିଲା।

publive-image

ତେବେ, ଏହି ଘଟଣାର ଭିଡିଓ ଚିତ୍ର ଭାଇରାଲ ହୋଇ ଏବେ ଦେଶ ବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଉତ୍ତରପ୍ରଦେଶ ପୁଲିସ୍‌ ଏ ଘଟଣାରେ ଏଯାବତ କାହାରିକି ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe